ନୂଆଦିଲ୍ଲୀ,୨୧।୧୦ : ଶିଳ୍ପପତି ତଥା ଏଚସିଏଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର ଭାରତ ଶ୍ରେଷ୍ଠ ପରୋପକାରୀ ପରିଚୟ ହାସଲ କରିଛନ୍ତି। ତାଙ୍କର ବାର୍ଷିକ ଦାନ ପରିବାର ୧,୧୬୧ କୋଟି ଟଙ୍କା। ୨୦୨୨ ପାଇଁ ଏଡେଲ୍ଗିଭ୍ ହୁରୁନ ଇଣ୍ଡିଆ ଫିଲାନ୍ଥ୍ରୋପି ତାଲିକାରେ ନାଦର ଶୀର୍ଷରେ ରହିଥିବାବେଳେ ଓ୍ବିପ୍ରୋର ଅଜିମ୍ ପ୍ରେମ୍ଜି ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ତାଙ୍କର ବାର୍ଷିକ ଦାନ ପରିମାଣ ୪୮୪ କୋଟି ଟଙ୍କା। ତାଲିକାର ତୃତୀୟ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ଚତୁର୍ଥ ସ୍ଥାନରେ ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ରହିଛନ୍ତି। ଅମ୍ବାନୀ ବର୍ଷକରେ ୪୧୧ କୋଟି ଟଙ୍କା ଦାନ କରିଥିବାବେଳେ ବିର୍ଲା ୨୪୨ କୋଟି ଦାନ କରିଛନ୍ତି।