ବେଙ୍ଗାଲୁରୁ,୨୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଶଙ୍ଖନାଦ ହୋଇ ସାରିଛି। ରାଜ୍ୟରେ ସରକାର ଗଠନ କରିବାକୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ଶକ୍ତି ଲଗାଇ ଦେଇଛନ୍ତି। ଇତି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡା ଶନିବାର କର୍ନାଟକରେ ବିଧାନସଭା ନିର୍ବାଚନ ଜିତିବାର ଭରସା ଦେଇଛନ୍ତି।
ସେ କହିଛନ୍ତି, ରାଜ୍ୟରେ ହେଉଥିବା ରାଜନୈତିକ ଘଟଣାକ୍ରମକୁ ଅପେକ୍ଷା ରଖନ୍ତୁ ଓ ଦେଖନ୍ତୁ ଆଗକୁ କ’ଣ ହେଉଛି। ଏହା ବ୍ୟତୀତ କଂଗ୍ରେସ ସହ ମେଣ୍ଟକୁ ନେଇ ବି ଦେବେଗୌଡା ତାଙ୍କ ମତ ରଖିଛନ୍ତି। ତେବେ କଂଗ୍ରେସ ସହ ମେଣ୍ଟକୁ ସେ ମନା କରି ଦେଇଛନ୍ତି।
ନ୍ୟୁଜ ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ଏଚଡି ଦେବେଗୌଡା କହିଛନ୍ତି କାହାର ଆକଳନ ଉପରେ ଏହା ମୋର ପ୍ରତିକ୍ରିୟା ନୁହେଁ। ଏହା ମୋର ନିଜର ଆକଳନ। ଯେବେ ପର୍ଯ୍ୟନ୍ତ ଲୋକଙ୍କ ଜନାଦେଶ ଘୋଷଣା ନ ହୋଇଛି, ସେବେ ପର୍ଯ୍ୟନ୍ତ ସେମାନଙ୍କୁ ଖୁସି ହେବାକୁ ଦିଅନ୍ତୁ। ବାସ ଅପେକ୍ଷା କରନ୍ତୁ ଓ ଦେଖନ୍ତୁ କର୍ନାଟକରେ କ’ଣ କେମିତି ଆଗକୁ ବଢୁଛି।