Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୧୫।୨: ବିଗିଡିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡାଙ୍କ ସ୍ବାସ୍ଥ୍ୟାବସ୍ଥା। ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦେବେଗୌଡାଙ୍କର ଗୁରୁବାର ଅସୁସ୍ଥତା ଅନୁଭବ କରୁଥିଲେ, ଯାହା ପରେ ତାଙ୍କୁ ମଣିପାଲ ହସ୍ପିଟାଲକୁ ନିଆଯାଇଛି। ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ରହିଛି ଏବଂ ଚିନ୍ତାର କୌଣସି କାରଣ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି । ଦୁଇଦିନ ପରେ ସେ ଡିସଚାର୍ଜ ହେବେ ବୋଲି ସମ୍ଭାବନା ରହିଛି।

Share