Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟେକ ଦିନ ମୋ ପାଇଁ ଶେଷଦିନ, ଏମିତି କହି କାନ୍ଦିଲେ କୁମାରସ୍ବାମୀ

ମାଣ୍ଡ୍ୟା,୧୬।୪: ନିର୍ବାଚନ ପ୍ରଚାର ସମୟରେ ନେତାମାନେ ଭାବୁକ ହୋଇ ଭୋଟରଙ୍କ ସମର୍ଥନ ଲୋଡ଼ିବା କୌଣସି ବଡ଼ କଥା ନୁହେଁ। ବହୁଥର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଥର କୁମ୍ଭୀର କାନ୍ଦଣା ନୁହେଁ ବରଂ ପୁଣି ଥରେ ଜନତାଙ୍କ ସମ୍ମୁଖରେ ଭାବୁକ ହୋଇ ନିଜ କାନ୍ଦକୁ ଅଟକାଇ ପାରିନାହାନ୍ତି ଏଚ୍‌.ଡି କୁମାରସ୍ବାମୀ। ମାଣ୍ଡ୍ୟାର ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି, ଗଣମାଧ୍ୟମରେ ଲଗାତାର ଭାବେ ମୋ ବାବଦରେ ଚର୍ଚ୍ଚା ହେବା ସହ ପ୍ରତ୍ୟେକ ଦିନ ମୋର ଶେଷ ଦିନ ବୋଲି କୁହାଯାଇଥାଏ। ଏହା କହି ସେ ଭାବୁକ ହୋଇଯାଇଥିଲେ। ତାଙ୍କ ବିରୋଧରେ ମିଥ୍ୟା ଖବରର ଗୁଜବ ସୃଷ୍ଟି କରାଯାଉଛି ବୋଲି କୁମାରସ୍ବାମୀ କହିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ପଦ ପାଇଁ କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ଜେଡିଏସ୍‌ ନିଜର ସବୁ ଶକ୍ତି ଲଗାଇ ନିର୍ବାଚନ ଲଢ଼ୁଛି। ପୂର୍ବରୁ ମଧ୍ୟ କୁମାରସ୍ବାମୀଙ୍କୁ ଭାବୁକ ହୋଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି।

Share