Categories: ଜାତୀୟ

ରାମ ମନ୍ଦିର ପାଇଁ ଦାନ ଦେଉଥିବା ଲୋକଙ୍କ ଘରକୁ ନାଜି ଭଳି ଚିହ୍ନଟ କରୁଛି ଆର୍‌ଏସ୍‌ଏସ୍‌: କୁମାରସ୍ୱାମୀ

ବେଙ୍ଗାଲୁରୁ,୧୬ ।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଯେଉଁମାନେ ଚାନ୍ଦା ଦେଉଛନ୍ତି ସେମାନଙ୍କ ଘର ସାମ୍ନାରେ ଆର୍‌ଏସ୍‌ଏସ୍ ପକ୍ଷରୁ ଏକ ପ୍ରକାର ଚିହ୍ନ ଲଗାଯାଉଛି । ଯେମିତି ଜର୍ମାନୀରେ ନାଜିମାନେ ଲଗାଉଥିଲେ । ଏପଟେ ଆର୍‌ଏସ୍‌ଏସ୍ ଏହାର ଜବାବ ଦେବା ଉଚିତ ହେବ ନାହିଁ ବୋଲି କହିଛି । ସୂଚନାଯୋଗ୍ୟ, ଟୁଇଟ୍ ମାଧ୍ୟମରେ ଜନତା ଦଳ ସେକ୍ୟୁଲାର ନେତା ଦାବି କରିଛନ୍ତି ଯେଉଁ ସମୟରେ ଜର୍ମାନୀରେ ନାଜି ଦଳ ସ୍ଥାପନା କରାଯାଇଥିଲା ସେହି ସମୟରେ ଭାରତରେ ଆର୍‌ଏସ୍‌ଏସ୍‌ର ଜନ୍ମ ହୋଇଥିଲା । କୁମାରସ୍ୱାମୀ ଟୁଇଟ୍ କରି କହିଛନ୍ତି ଲାଗୁଛି ଯେ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଉଥିବା ଓ ଚାନ୍ଦା ନ ଦେଉଥିବା ଲୋକଙ୍କ ଘର ସାମ୍ନାରେ ଭିନ୍ନ ଭିନ୍ନ ଚିହ୍ନ ଲଗାଯାଉଛି । ଯେମିତି ଜର୍ମାନୀରେ ନାଜିମାନେ ହିଟଲରଙ୍କ ସମୟରେ କରିଥିଲେ । ଫଳରେ ଅଧିକାଂଶ ଲୋକଙ୍କୁ ଜୀବନ ହରାଇବାକୁ ପଡିଥିଲା । ଐତିହାସିକଙ୍କୁ ଟ୍ୟାଗ୍ କରି ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆର୍‌ଏସ୍‌ଏସ୍ ଉପରେ ଏହି ଅଭିଯୋଗ ଆଣିଛନ୍ତି । ଏବେ ଏହାକୁ ନେଇ ଆଲୋଚନା ହେଲାଣି କି ଯଦି ଏଭଳି କରାଯାଉଥାଏ ତେବେ ଭବିଷ୍ୟତରେ ଦେଶର ଅବସ୍ଥା କ’ଣ ହେବ ।

Share