Categories: ବାଣିଜ୍ୟ

‘ପିଏମ୍‌ଏଫ୍‌ବିଓ୍ବାଇ କାର୍ଯ୍ୟକାରୀ କରିବ ଏଚ୍‌ଡିଏଫ୍‌ସି ଏଗ୍ରୋ’

ନୂଆଦିଲ୍ଲୀ,୫।୧୨: ଓଡ଼ିଶାର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ)କୁ ଏଚ୍‌ଡିଏଫ୍‌ସି ଏଗ୍ରୋ ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ କାର୍ଯ୍ୟକାରୀ କରିବ ବୋଲି ଜଣାପଡ଼ିଛି। ବିଶେଷକରି ଏଚ୍‌ଡିଏଫସି ଏଗ୍ରୋ ଓଡ଼ିଶା ସରକାରଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ବିଭିନ୍ନ ଜିଲା ଯଥା ବରଗଡ଼, ଭଦ୍ରକ, ଦେବଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଜିଲାଗୁଡ଼ିକର ଋଣ ଗ୍ରହଣ କରିଥିବା ଚାଷୀ ଏବଂ ଋଣ ଗ୍ରହଣ କରି ନ ଥିବା ଚାଷୀମାନଙ୍କ ପାଇଁ ପିଏମ୍‌ଏଫବିୱାଇ କାର୍ଯ୍ୟକାରୀ କରିବାକୁ ଯାଉଛି।

ଏପରିକି ଉକ୍ତ ସ୍କିମ୍‌ ରାଜ୍ୟର ବିଭିନ୍ନ ଜିଲାରେ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଧାନ, ବାଦାମ, ବିରି, ମୁଗ, ଆଖୁ ଇତ୍ୟାଦି ଭଳି ବିଭିନ୍ନ ପ୍ରକାର ଫସଲ ପାଇଁ କାର୍ଯ୍ୟକାରୀ ସାଙ୍ଗକୁ ଫସଲ କଟ୍‌ ଅଫ୍‌ ତାରିଖ ମଧ୍ୟ ପ୍ରଦାନ କରାଯାଇଛି। ସେହିଭଳି ପିଏମ୍‌ଏଫବିୱାଇ ଯୋଜନା କୃଷକମାନଙ୍କୁ ମରୁଡ଼ି, ବନ୍ୟା, ଶୁଖିଲା, ଭୂସ୍ଖଳନ, ଘୂର୍ଣ୍ଣିବଳୟ, କୁଆପଥର, ଜଳମଗ୍ନ, କୀଟ, ରୋଗ ଏବଂ ଅନ୍ୟାନ୍ୟ ବିଭିନ୍ନ ବାହ୍ୟ ଉପତ୍ାଦରୁ ଉପତ୍ନ୍ନ ଫସଲ ଅମଳରେ କ୍ଷତି ସମ୍ବନ୍ଧିତ ବୀମା ପ୍ରଦାନ କରିଥାଏ। ଏପରିକି ଅମଳରେ ହେଉଥିବା କ୍ଷତିକୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଫସଲ ନିମନ୍ତେ ଫସଲ କାଟିବା ପରୀକ୍ଷଣ (ସିସିଇ) ଯୋଜନା ପରିଚାଳନା କରିବେ।

 

Share