Categories: ବାଣିଜ୍ୟ

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୨ଚକିଆ ଯାନ ଋଣମେଳା

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ସର୍ବଭାରତୀୟ ସ୍ତର (ପୂର୍ବ ଭାରତ)ରେ ଏକ ମେଗା ଦୁଇ ଚକିଆ ଯାନ ଋଣ ମେଳା (କାର୍ନିଭାଲ ଡ୍ରାଇଭ୍‌)ର ଆୟୋଜନ କରାଯାଇଛି। ଏହି ମେଳା ୨୦୨୩ ଜୁଲାଇ ୨୦ରେ ଶେଷ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଓଡ଼ିଶା କ୍ଷେତ୍ରର ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ଏଚ୍‌ଡିଏଫ୍‌ସି ଶାଖାରେ ଏହି କାର୍ନିଭାଲ ନିକଟରେ ଉଦ୍‌ଘାଟିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଏଚଡିଏଫ୍‌ସି ଜୋନାଲ ହେଡ୍‌ ଦୀପକ କୁମାର ସିଂହ, କ୍ଲଷ୍ଟର ହେଡ୍‌ ଅର୍ଜୁନନ୍ଦ ବାଗଙ୍କ ସମେତ ଦୁଇ ଚକିଆ ଯାନ ଋଣର ଆର୍‌ଏସ୍‌ଏମ୍‌ ସମରେନ୍ଦ୍ର ବିହାରୀ ଓ ଏଏସ୍‌ଏମ୍‌ ଚନ୍ଦ୍ରଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପୂର୍ବ ଭାରତର ୯୪୦ରୁ ଅଧିକ ଶାଖା ଏବଂ ଓଡ଼ିଶାର ୧୩୦ ବ୍ୟାଙ୍କ ଶାଖା ଏହି ସ୍ବତନ୍ତ୍ର ଡ୍ରାଇଭର ଆୟୋଜନ କରିବେ। ବିଶେଷ କରି ଦୁଇ ଚକିଆ ଡିଲର ଶାଖାଗୁଡ଼ିକରେ ଗ୍ରାହକଙ୍କୁ ସେମାନଙ୍କ ଗାଡ଼ି ପ୍ରଦର୍ଶନ କରିବାକୁ ଉପସ୍ଥିତ ଥିବାବେଳେ ବ୍ୟାଙ୍କ ଯୋଗ୍ୟ ଗ୍ରାହକଙ୍କୁ ଶୀଘ୍ର ଋଣ ମଞ୍ଜୁର ପ୍ରଦାନ କରିବ।ଏଚ୍‌ଡିିଏଫ୍‌ସି ବ୍ୟାଙ୍କର ଏହି ଦୁଇ ଚକିଆ କାର୍ନିଭାଲ୍‌ ଡ୍ରାଇଭ୍‌ର ଲକ୍ଷ୍ୟ ଧାର୍ଯ୍ୟ ଆଳରେ ଏହାର ସୁଟ୍‌ ଦ୍ରବ୍ୟର ଦୃଶ୍ୟମାନତା ଏବଂ ଉପଲବ୍ଧତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

Share