Categories: ବାଣିଜ୍ୟ

ଋଣ ମହଙ୍ଗା କଲା ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୮: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏହାର ଗ୍ରାହକମାନଙ୍କ ପାଇଁ ଋଣକୁ ମହଙ୍ଗା କରିଛି। ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌କୁ ୧୫ ଆଧାର ପଏଣ୍ଟ(ବିପିଏସ୍‌) ବୃଦ୍ଧି  କରିଛି। ତେବେ ୧ ବର୍ଷରୁ ଅଧିକ କାର୍ଯ୍ୟକାଳ ପାଇଁ ଏମସିଏଲ୍‌ଆର୍‌ ଅପରିବର୍ତ୍ତିତ ରହିଥାଏ।
ବ୍ୟାଙ୍କ ଓ୍ବେବ୍‌ସାଇଟ୍‌ ଅନୁଯାୟୀ, ବର୍ତ୍ତମାନ ଏମ୍‌ସିଏଲ୍‌ଆର୍‌ ୮.୩୫% ହୋଇଛି। ଗୋଟିଏ ମାସ ଲାଗି ଏମ୍‌ସିଏଲ୍‌ଆର୍‌ ୮.୪୫% ଏବଂ ତିନିମାସ ଏବଂ ଛଅ ମାସର ଏମ୍‌ସିଏଲ୍‌ଆର୍‌ ଯଥାକ୍ରମେ ୮.୭୦% ଏବଂ ୮.୯୫% ହେବ।
ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଋଣ ପରିଶୋଧ କରିବା ପୂର୍ବରୁ ଅଧିକ ମହଙ୍ଗା ହେବ। ସେହିପରି ଗ୍ରାହକଙ୍କ ଇଏମ୍‌ଆଇର ବୋଝ ମଧ୍ୟ ବଢ଼ିବ। ଅଗଷ୍ଟ ୭ରୁ ଏହି ବୃଦ୍ଧି ଲାଗୁ ହେବ।
ଏଚଡିଏଫ୍‌ସି ବ୍ୟାଙ୍କର ଏମ୍‌ସିଏଲ୍‌ଆର୍‌ର ନୂଆ ଦର:
ରାତାରାତି ୮.୩୫%
୧ ମାସ ୮.୪୫%
୩ ମାସ ୮.୭୦%
୬ ମାସ ୮.୯୫%
୧ ବର୍ଷ ୯.୧୦%
୨ ବର୍ଷ ୯.୧୫%
୩ ବର୍ଷ ୯.୨୦%
Share