Categories: ବାଣିଜ୍ୟ

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଭିଡିଓ କଓ୍ବୋଇସି ସୁବିଧା

ନୂଆଦିଲ୍ଲୀ: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଭିଡିଓ କଓ୍ବୋଇସି (ନୋ ୟୋର କଷ୍ଟମର) ସେବା ଆରମ୍ଭ କରାଯାଇଛି। ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ନିରାପତ୍ତା ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବା ଲକ୍ଷ୍ୟରେ ଏଭଳି ସେବା ଆଣିଛି। ମାତ୍ର କିଛି ମିନିଟ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସମସ୍ତ ସୁବିଧା ଆକାଉଣ୍ଟ ଏବଂ ବିଶ୍ୱସ୍ତରୀୟ ଉପତ୍ାଦ ଓ ସେବାଗୁଡିକର ଲାଭ ଉଠାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ରିଟେଲ ଶାଖା ବ୍ୟାଙ୍କିଙ୍ଗ୍‌ର ଗ୍ରୁପ୍‌ ହେଡ୍‌ ଅରବିନ୍ଦ ଭୋରା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଏହାକୁ ସେଭିଂ, କର୍ପୋରେଟ ଦରମା ଏବଂ ବ୍ୟକ୍ତିଗତ ଲୋନ ପାଇଁ କାର୍ଯ୍ୟକାରୀ କରାଯିବ । ଖୁବ୍‌ଶୀଘ୍ର ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯିବ। ଏହି ଭିଡିଓ କଓ୍ବୋଇସି ବ୍ୟାଙ୍କର ସମସ୍ତ କାର୍ଯ୍ୟଦିବସ ସହ ସକାଳ ୧୦ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ସେ ମତ ଦେଇଛନ୍ତି।

Share