ଟ୍ରୁକଲର ସହ ଏଚ୍‌ଡିଏଫ୍‌ସି ଇର୍ଗୋର ବୁଝାମଣା

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଇର୍ଗୋ ଏବଂ ବୈଷୟିକ ଯୋଗାଯୋଗ ପ୍ଲାଟ୍‌ଫର୍ମ ଟ୍ରୁକଲର ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ଏପରିକି ଭାରତରେ ଡିଜିଟାଲ ଯୋଗାଯୋଗ ଠକେଇରୁ ଗ୍ରାହକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଫ୍ରଡ୍‌ ଇନ୍‌ସ୍ୟୁରାନ୍ସ’ର ଶୁଭାରମ୍ଭ କରାଯାଇଛି। ଅପରପକ୍ଷରେ ସାଇବର ଠକେଇ ମାମଲା ବୃଦ୍ଧି ପାଉଥିବାରୁ ଏହି ଅଭିନବ ବୀମା ଅଫର ଠକେଇର ମୁକାବିଲା ଏବଂ ଉନ୍ନତ ଆପ୍‌ ଫିଚର ମାଧ୍ୟମରେ ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଟ୍ରୁକଲରର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ସେହିଭଳି ଫ୍ରଡ୍‌ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟ ସାରା ଭାରତରେ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ବ୍ୟବହାରକାରୀଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କଭରେଜ୍‌ ପ୍ରଦାନ କରିବ। ଏହି ପ୍ରଡକ୍ଟ ଟ୍ରୁକଲରର ବାର୍ଷିକ ପ୍ରିମିୟମ ଗ୍ରାହକଙ୍କ ପାଇଁ ଉପଲବ୍ଧ।
ଏ ସମ୍ପର୍କରେ ଟ୍ରୁକଲରର ଚିଫ୍‌ ପ୍ରଡକ୍ଟ ଅଫିସର ତଥା ଏମ୍‌ଡି (ଭାରତ) ରିଷି ଝୁନ୍‌ଝୁନ୍‌ୱାଲା କହିଛନ୍ତି, ଏହି ଅଭିନବ ବୀମା ଅଫରର ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଫ୍ରଡ୍‌ ଇନ୍‌ସ୍ୟୁରାନ୍ସ ସହ ଆମେ କେବଳ ଏକ ବୈଶିଷ୍ଟ୍ୟ ଆରମ୍ଭ କରୁନାହୁଁ ବରଂ ଡିଜିଟାଲ ଠକେଇର କ୍ରମାଗତ ବିକଶିତ ବିପଦରୁ ଆମ ସମୁଦାୟକୁ ସୁରକ୍ଷା ଦେବା ଏବଂ ଆଜିର ଜଟିଳ ଡିଜିଟାଲ ପରିଦୃଶ୍ୟରେ ଉପଯୁକ୍ତ ମାନସିକ ଶାନ୍ତି ସହ ସଶକ୍ତ କରିବା ପାଇଁ ଆମେ ଆମର କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରୁଛୁ। ସେହିପରି ଏଚ୍‌ଡିଏଫ୍‌ସି ଇର୍ଗୋ ଜେନେରାଲ ଇନ୍‌ସ୍ୟୁରାନ୍ସର କମର୍ସିଆଲ୍‌ ଲାଇନ୍ସର ଜଏଣ୍ଟ ପ୍ରେସିଡେଣ୍ଟ ବିଶାଲ ସିକନ୍ଦର କହିଛନ୍ତି, ଆମେ ଟ୍ରୁକଲର ସହ ବୁଝାମଣା ସ୍ଥାପନ କରି ବେଶ୍‌ ଉତ୍ସାହିତ ଅଛୁ।ଏପରିକି ଆମର ବ୍ୟାପକ ବୀମା ଅଫର ଟ୍ରୁକଲରର ବ୍ୟାପକ ଉପଭୋକ୍ତା ଆଧାର ସହ ଦେଶରେ ଡିଜିଟାଲ ଯୋଗାଯୋଗ ଠକେଇରୁ ସୁରକ୍ଷା ସହିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌...

ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...

ମାଲାବାରରେ ମାଇନ ଡାଇମଣ୍ଡ ଶୋ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...

ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୭୧ ବିଲିୟନ ଡଲାର ହ୍ରାସ

ଭୁବନେଶ୍ୱର,୬।୭(ଅନୁରାଧା ମହାରଣା): ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ତଥ୍ୟ ପ୍ରକାଶକରି କହିଛି, ଚଳିତବର୍ଷ ଜୁନ୍‌ ଶେଷ ସପ୍ତାହରେ ୧.୭୧୩ ବିଲିୟନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri