ଏହି ଅଭିନେତା ଶୁଟିଂ ସେଟ୍‌କୁ ଆସୁଥିଲେ ନୂଆ ନୂଆ କାର୍‌ରେ : ଅଭାବ ଲାଗି ବିକିଥିଲେ ବଙ୍ଗଳା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଭଗବାନ ଦାଦାଙ୍କ ପ୍ରକୃତ ନାମ ଥିଲା ଭଗବାନ ଆବାଜୀ ପାଣ୍ଡବ । ଭଗବାନ ଦାଦା ନିଜେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଶ୍ରମିକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ‘କ୍ରିମିନାଲ’ ରୁ ଡେବ୍ୟୁ କରିଥିଲେ।
ଏକଦା ଆର୍ଥିକ ପ୍ରତିବନ୍ଧକ ସହ ସଂଘର୍ଷ କରୁଥିବା ଭଗବାନ ଦାଦା ପରେ ସଫଳତାର ସ୍ବାଦ ଚାଖିଥିଲେ। ଏକ ସମୟ ଥିଲା ଯେତେବେଳେ ତାଙ୍କର ସାତୋଟି କାର ଥିଲା। ସେ ପ୍ରତିଦିନ ଏକ ନୂଆ କାରରେ ସେଟକୁ ଯାଉଥିଲେ । ତାଙ୍କ ନିର୍ଦ୍ଦେଶନାର ଏକ ଫିଲ୍ମ ଦୃଶ୍ୟରେ ଟଙ୍କା ବର୍ଷା ସିନ୍‌ ଥିଲା ଏଥିପାଇଁ ସେ ସତସତିକା ନୋଟ ବ୍ୟବହାର କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ମାତା ନିଜେ ସେ ଥିଲେ।

ପରେ ଏକ ସମୟ ଆସିଲା ଯେତେବେଳେ ଭଗବାନ ଦାଦାଙ୍କ ଫିଲ୍ମ ହିଟ୍‌ ହୋଇ ନ ଥିଲା। ସେ ଫିଲ୍ମରୁ ଏତେ କ୍ଷତି ସହିଥିଲେ ଯେ, ତାଙ୍କୁ ନିଜର ବଙ୍ଗଳା ବିକ୍ରି କରିବାକୁ ପଡିଲା । ତାଙ୍କର ଆର୍ଥିକ ଅବସ୍ଥା ଏତେ ଖରାପ ହୋଇଗଲା ଯେ ତାଙ୍କୁ ମୁମ୍ବାଇର ଏକ ଚଲରେ ରହିବାକୁ ପଡିଲା।

Share