୧୦ ବର୍ଷ ଧରି ସ୍ବାମୀଙ୍କଠାରୁ ଅଲଗା ରୁହନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରୁ ରାଧିକା ଆପ୍‌ତେ ଅନ୍ୟତମ । ସେ ଅନେକ ଫିଲ୍ମରେ କାର୍ଯ୍ୟ କରିଛନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଚୀବନକୁ ନେଇ
ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଅଧିକାଂଶ ପ୍ରଶଂସକ ଜାଣି ନ ଥିବେ ସେ ବିବାହିତ। ତେବେ ତାଙ୍କ ବିବାହକୁ ଅନେକ ବର୍ଷ ହୋଇଛି।
ରାଧିକା ୨୦୧୨ରେ ବେନେଡିକ୍ଟ ଟେଲରଙ୍କୁ ବିବାହ କରିଥିଲେ। କିନ୍ତୁ ସେ ଉଭୟ ଅଲଗା ରହୁଛନ୍ତି। ରାଧିକା ଗତ ୯ କିମ୍ବା ୧୦ବର୍ଷ ଧରି ତାଙ୍କ ସ୍ବାମୀଙ୍କ ଠାରୁ ଦୂରରେ ରହୁଛନ୍ତି। ତାଙ୍କ ସୱାମୀ ଲଣ୍ଡନରେ ରୁହନ୍ତି। ସେ ମୁମ୍ବାଇରେ ରୁହନ୍ତି। କିନ୍ତୁ ବେଳେବେଳେ ସମୟ ବାହାର କରି ତାଙ୍କୁ ଦେଖା କରିବାକୁ ଯାଆନ୍ତି ବୋଲି ନିକଟରେ ଏକ ସାକ୍ଷାତ କାରରେ କହିଥିଲେ ।

Share