Categories: ଖେଳ

ଆସିଲେ ଗଲେ, ତଥାପି ଛୁଇଁଲେ ମାଇଲଷ୍ଟୋନ

ଅହମ୍ମଦାବାଦ,୪।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଖାସ କରିପାରି ନ ଥିଲେ। ୩ ବଲରେ ଦୁଇ ଚୌକା ଲଗାଇବା ପରେ ଚତୁର୍ଥ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ କୋହଲି। ମ୍ୟାଚ୍‌ରେ ମାତ୍ର ୮ ରନ୍‌ କରିଥିବା ୩୩ ବର୍ଷୀୟ ବ୍ୟାଟର ଏକ ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ସେ ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ ଭାରତ ମାଟିରେ ୫ ହଜାର ଦିନିକିଆ ରନ୍‌ ପୂରଣ କରିଛନ୍ତି।

ମ୍ୟାଚ୍‌ ପୂର୍ବରୁ ତାଙ୍କୁ ଏହି ମାଇଲଷ୍ଟୋନ ଛୁଇଁବା ପାଇଁ ୬ ରନ୍‌ ଦରକାର ଥିଲା। ତାଙ୍କ ପୂର୍ବରୁ ପ୍ରଥମ ଓ ଏକମାତ୍ର ବ୍ୟାଟର ଭାବେ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକର ଭାରତରେ ୫ ହଜାର ରନ୍‌ ପୂରଣ କରିଥିଲେ।

Share