ସତ୍ୟବାଦୀ ସେଣ୍ଟ୍ରାଲ ଜୋନ୍‌ ହାତେଇଲା ଭାଜପା

ସାକ୍ଷୀଗୋପାଳ,୨୮।୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ସେଣ୍ଟ୍ରାଲ ଜୋନ୍‌ ୩୨ରୁ ଜିଲାପରିଷଦ ଆସନରୁ ଭାଜପା ପ୍ରାର୍ଥୀ ବିଷ୍ଣୁପ୍ରିୟା ବରାଳ ବିଜୟୀ ହୋଇଛନ୍ତି। ରବିବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଗଣତିର ଅନ୍ତିମ ରାଉଣ୍ଡରେ ସେ ୧୦, ୬୮୪ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସ୍ବପ୍ନାରାଣୀ ଜେନା ବିଜେଡି ପ୍ରାର୍ଥୀ ୧୦, ୪୪୧ ଖଣ୍ଡ ଭୋଟ ପାଇଥିଲେ।
ସେହିପରି କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର, ସମିତି ସଭ୍ୟ ସୁନୀଲ କୁମାର ପଣ୍ଡା, ଜୟପୁର ସରପଞ୍ଚ ଆରାଧନା ସାମନ୍ତରାୟ, ସମିତ ସଭ୍ୟ ଦୀପକ କୁମାର ଶତପଥୀ, ଦୁଗଲ ସରପଞ୍ଚ ଚିନ୍ମୟୀ କ୍ରିଷ୍ଣା ବେଣୀ ଭଞ୍ଜ, ସମିତି ସଭ୍ୟ ମଧୁସ୍ମିତା ଖଟେଇ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ସମିତି ସଭ୍ୟ ସୁମନ୍ତ ଘଟୁଆରୀ, ବିଶ୍ୱନାଥପୁର ସରପଞ୍ଚ ସର୍ବେଶ କୁମାର ଷଡ଼ଙ୍ଗୀ, ସମିତି ସଭ୍ୟ ଜଗନ୍ନାଥ ଷଡ଼ଙ୍ଗୀ, ମୂଳଅଳସା ସରପଞ୍ଚ ଦେବୀପ୍ରସାଦ ଘଟୁଆରୀ, ସମିତି ସଭ୍ୟ ଝୁନି ପ୍ରଧାନ ଏବଂ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା, ସମିତି ସଭ୍ୟ ଅମିତା ବେହେରା ନିର୍ବାଚିତ ହୋଇଛନ୍ତି।

Share