ବାଇକ ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ନେଇଗଲେ

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ରାସ୍ତାର ଶିବନାରାୟପୁର ଛକ ନିକଟରେ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଲୁଟର ଶିକାର ହୋଇଥିବା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ା ଗ୍ରାମର କପଡ଼ା ବ୍ୟବସାୟୀ ମାଧବାନନ୍ଦ ସାହୁ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ମାଧବା ନନ୍ଦ ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୧ ଲକ୍ଷ ଟଙ୍କା ଉଠାଇ ସିମେଣ୍ଟ ଦୋକାନ ସମ୍ମୁଖରେ ବାଇକ ରହି ଦୋକାନକୁ ଯାଇଥିଲେ। ସେ ସମୟରେ ୨ ଦୁର୍ବୃତ୍ତ ଆସି ବାଇକ୍‌ର ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ନେଇ ବ୍ୟବସାୟୀ ପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ (ନଂ.୩୩/୨୩ )ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି।

Share