ସିସିଟିଭି ଭାଙ୍ଗି ବ୍ୟାଙ୍କରେ ପଶିଲେ ଦୁର୍ବୃତ୍ତ

ଠାକୁରମୁଣ୍ଡା,୧।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଭାରତୀୟ ଷ୍ଟେଟବ୍ୟାଙ୍କ ଯଶୀପୁର ଶାଖାରୁ ଶନିବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଛି। ଗେଟ ତାଲା ଭାଙ୍ଗିବା ସହ ସିସିଟିଭି ଭାଙ୍ଗି ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ପରେ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମର ଜାଲିଗେଟ ମଧ୍ୟ ଭାଙ୍ଗିଥିଲେ। ହେଲେ ବ୍ୟାଙ୍କରେ ଚୋରି ହୋଇଛି କି ନାହିଁ ଜଣା ପଡ଼ିନାହିଁ । ତେବେ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ ଆସିଲା ପରେ ହିଁ ଅଧିକ ତଦନ୍ତ ହେବା ସହିତ ଷ୍ଟ୍ରଙ୍ଗରୁମ ଯାଞ୍ଚ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ଯଶୀପୁର ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି।

Share