ପୂଜା ଭିଡ଼ରେ ବସ୍‌ ବନ୍ଦ ଡାକରା

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଏହି ସମୟରେ ଛୁଟି ରହୁଥିବାରୁ ଲୋକେ ଅଧିକ ବସ୍‌ ଯାତ୍ରା କରିଥାନ୍ତି। ହେଲେ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ସନ୍ଧ୍ୟାରୁ ୨୪ ଘଣ୍ଟିଆ ବସ୍‌ ବନ୍ଦ ଡାକରା ଦିଆଯାଇଛି। ଲକ୍ଷ୍ମୀ ବସ୍‌ର ଟାୟାର-୨ ସେବା ଅର୍ଥାତ୍‌ ବ୍ଲକ୍‌ରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳକୁ ପ୍ରତିବାଦ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୪ ଜିଲାର ଘରୋଇ ବସ୍‌ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ସରକାର ସୋମବାର ଆଲୋଚନା ପାଇଁ ଘରୋଇ ମାଲିକ ସଂଘ କର୍ମକର୍ତ୍ତାଙ୍କୁ ଡାକିଛନ୍ତି। ଆଲୋଚନା ବିଫଳ ହେଲେ ଯାତ୍ରୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

ଭୁବନେଶ୍ୱର, ୭।୧୦(ସୁନିତ୍‌ ମିଶ୍ର):ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ସା ୬ଟାରୁ ୨୪ ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ରଖିବା ଲାଗି ଡାକରା ଦିଆଯାଇ ଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏ ସମ୍ପର୍କରେ ଆଲୋଚନା କରିବା ଲାଗି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ସକାଳୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ବସ୍‌ ମାଲିକ ସଂଘକୁ ଡକାଯାଇଛି। ୧୪ ଜିଲାର ୨୫ ଘରୋଇ ବସ୍‌ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବେ ବୋଲି ଘୋଷଣା କରିସାରିଛନ୍ତି। ହେଲେ ମନ୍ତ୍ରୀଙ୍କ ତରଫରୁ ବୈଠକ ପରେ କଳାହାଣ୍ଡି ଘରୋଇ ବସ୍‌ ମାଲିକ ସଂଘ ସଭାପତି ପ୍ରବୋଧ କୁମାର ରଥ କହିଛନ୍ତି, ସୋମବାର ସକାଳ ୯ଟା ସମୟରେ ବ୍ରହ୍ମପୁରଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସହିତ ବୈଠକ ରହିଛି। ବୈଠକ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେଣୁ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏକପ୍ରକାର ଜଣାପଡ଼ିଛି।
ବସ୍‌ ମାଲିକ ସଂଘ ପୂର୍ବରୁ ଅଭିଯୋଗ କରିଥିଲେ ଯେ, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର-୧ ଅର୍ଥାତ୍‌ ଗ୍ରାମପଞ୍ଚାୟତରୁ ବ୍ଲକ୍‌ ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚାଲିଥିଲା। ପ୍ରତିବାଦ ପରେ ଏହା କିଛି ଦିନ ବନ୍ଦ ରହିଥିଲା। ତେବେ ପୁଣି ଟାୟାର-୨ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ୍‌ ମାଲିକ ସଂଘ ପ୍ରତିବାଦ କରିଥିଲେ। ହେଲେ ନିର୍ବାଚନ ଯୋଗୁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାର ବଦଳିଛି, ହେଲେ ପୂର୍ବ ସରକାରଙ୍କ ଯୋଜନା ବଦଳିନି ବୋଲି ବସ୍‌ ମାଲିକ ସଂଘ କହିଛନ୍ତି। ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। କଳାହାଣ୍ଡି ବସ୍‌ ମାଲିକ ସଂଘ ସଭାପତି ପ୍ରବୋଧ ରଥ କହିଥିଲେ, ୧୪ ଜିଲା ଓ ୨୫ଟି ୟୁନିୟନ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି। ବର୍ଷେ ହେଲା ଆମେ ସଂଗ୍ରାମ ଜାରି ରଖିଛୁ। ଆମ ବସ୍‌ ମାଲିକ ଓ କର୍ମଚାରୀଙ୍କ ଦୁଃଖ ବୁଝିବାକୁ ସରକାର ଚେଷ୍ଟା କରନ୍ତୁ। ଏହା ଆମ ପେଟପାଟଣାର କଥା। ସରକାର ଆମ ଦାବି ଗ୍ରହଣ କରି ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଅନୁରୋଧ କରୁଛୁ। ନଚେତ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସେ କହିଥିଲେ। ତେବେ ବସ୍‌ ମାଲିକ ସଂଘର ଏହି ବନ୍ଦ ପାଳନ ଆରମ୍ଭ ହେଲେ ଲକ୍ଷାଧିକ ଯାତ୍ରୀଙ୍କ ଯାତାୟାତରେ ସମସ୍ୟା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ପରେ ମଙ୍ଗଳବାର କ୍ୟାପିଟାଲ ହସ୍ପଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’ କୋଳକୁ ଫେରେଇ ଦିଆଯାଇଛି। ଛୁଆକୁ...

ହନୁମାନ ଜୟନ୍ତୀରେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଏମପି : ନାଚିଲେ ଭକ୍ତଙ୍କ ସହ

ପଦ୍ମପୁର,୧୫।.୪ (ପ୍ରଦୀପ୍ତ ଦାଶ) ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଆ ନବ ବର୍ଷ ତଥା ମହାବୀର ହନୁମାନଙ୍କ ଜନ୍ମତ୍ସବ ଅବସରରେ ବରଗଡ଼ ଜିଲା ପଦ୍ମପୁର...

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ...

KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୪:ସ KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଉତ୍କଳ ହସ୍ପିଟାଲ ନିକଟରେ ମହିଳାଙ୍କୁ ବସ୍‌...

ଖାର୍ଗେଙ୍କ ସହ ବୈଠକରେ ବସିଲେ ରାହୁଲ-ତେଜସ୍ବୀ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ, ମହାମେଣ୍ଟର ଦୁଇ ପ୍ରମୁଖ ଦଳ ଆରଜେଡି ଏବଂ କଂଗ୍ରେସର ନେତାମାନଙ୍କର ଏକ...

୧୭ରେ ଓଡ଼ିଶା ଆସିବେ ଗଡ଼କରି: କରିବେ ବଡ଼ ଘୋଷଣା..

ଭୁବନେଶ୍ୱର,୧୫।୪: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୧୭ ତାରିଖରେ ଓଡ଼ିଶା ଆସିବେ। ସେ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ବିଭିନ୍ନ NHAI...

ମେରୁ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା: ୭ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହH ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ...

ବଢିଲା ହୋମଗାର୍ଡ ପଦବୀ: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ରାଜ୍ୟରେ ଏବେ ଗୃହରକ୍ଷୀ(ହୋମଗାର୍ଡ) ନିଯୁକ୍ତି ଚାଲିଥିବା ବେଳେ ସୃଷ୍ଟି ହୋଇଛି ଅତିରିକ୍ତ ୨,୫୦୦ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image