ସାଧୁ ବେଶରେ ଆସି ଲୁଟିନେଲେ ମୋବାଇଲ, ଟଙ୍କା

ସଇଁତଳା, ୨୩ା୨: ସାଧୁ ବେଶରେ ଆସି ଦୁଇ ଜଣ ବ୍ୟକ୍ତି ବଲାଙ୍ଗୀର ଜିଲା ସଇଁତଲା ବ୍ୟାଙ୍କ ଛକରେ ଥିବା ଏକ ମୋବାଇଲ ଦୋକାନୀଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ବ୍ୟବସାୟୀ ରମେଶ ସାହୁ ସଇଁତଳା ଥାନାରେ ଅଭିଯୋଗ କରିଛନ୍ତି। ଏକ ସ୍କର୍ପିଓରୁ ଓହ୍ଲାଇ ୨ଜଣ ସାଧୁ ରମେଶଙ୍କ ଦୋକାନକୁ ଆସିଥିଲେ। ସେମାନେ ରମେଶଙ୍କୁ ପାଣି ମାଗି ପିଇଥିଲେ। ପରେ ଜଣେ ସାଧୁ ରମେଶଙ୍କ ମଥାରେ ସିନ୍ଦୁର ଲଗାଇ ବିଭୂତି ସିଞ୍ଚନ କରିଥିଲେ। ଏହି ସମୟରେ ଅନ୍ୟ ଜଣେ ସାଧୁ ଏକ ଆଣ୍ଡ୍ରିଏଡ ମୋବାଇଲ ଫୋନ ଦେଖାଇବାକୁ କହିଥିଲେ। ରମେଶ ୧୧ହଜାର ୪୯୦ ଟଙ୍କାର ଏକ ମୋବାଇଲ ଫୋନ ଦେଖାଇଥିଲେ। ପରେ ସେମାନେ କୋଶଳ କ୍ରମେ ମୋବାଇଲ ଫୋନ ଓ ଡ୍ରୟାରରେ ଥିବା ଟଙ୍କା ନେଇ ପଳାଇ ଥିଲେ। ରମେଶ ଏହା ଜାଣି ସଇଁତଲା ଥାନାରେ ଅଭିଯୋଗ କରିଛନ୍ତି। ଦୋକାନରେ ଲାଗିଥିବା ସିସି ଟିଭିରେ ଉଭୟ ସାଧୁଙ୍କ ଫଟୋ କଏଦ ହୋଇଛି। ଫୁଟେଜକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଥିବା ସଇଁତଲା ଥାନା ଏସ୍‌ଆଇ ପ୍ରସନ୍ନ ନାଏକ କହିଛନ୍ତି।

Share