କିଣିବାକୁ ଆସି ଝାମ୍ପି ନେଲେ ୪ ସୁନା ଚେନ

ରେଙ୍ଗାଲି,୧୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ମହାବୀର ଛକ ନିକଟ ଏକ ସୁନା ଦୋକାନରୁ ଜଣେ ଦୁର୍ବୃତ୍ତ ୪ଟି ସୁନା ଚେନ ଝାମ୍ପି ନେଇ ଫେରାରହୋଇ ଯାଇଥିବା ଜଣାପଡିଛି।
ପ୍ରକାଶ ଯେ, ସୋମବାର ରାତିରେ ମହାବୀର ଛକରେ ଥିବା ଲିଜା ଜୁଏଲର୍ସକୁ ଜଣେ ଯୁବକ ଆସି ସୁନା ଚେନ ଦେଖାଇବାକୁ କହିଥିଲେ। ଦୋକାନୀ ସୁନା ଚେନ ଦେଖାଇବାକୁ ବାହାର କରିବା ସମୟରେ ଯୁବକ ଜଣକ ତାଙ୍କ ହାତରୁ ୪ଟି ଚେନ ଧରି ଦୌଡ଼ି ପଳାଇଥିଲେ । ଏହି ସମୟରେ ଦୋକାନ ବାହାରେ ବାଇକ୍‌ ଧରି ଅପେକ୍ଷା କରିଥିବା ଯୁବକଙ୍କ ସହ ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଥିଲେ। ଏନେଇ ଥାନାରେ ଏକ ଅଭିଯୋଗ ହୋଇଛି। ପୋଲିସ ଅଭିଯୋକୁ

Share