Categories: ଜାତୀୟ

ସେ ମୋ ପାଖକୁ ନିଜେ ଇସ୍ତଫା ଦେବାକୁ ଆସିଥିଲେ, ପୋଲିସ କମିଶନରଙ୍କୁ ନେଇ ବଡ କଥା କହିଲେ ମମତା

କୋଲକାତା,୯।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ କଥା ସାନମାକୁ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଗତ ସପ୍ତାହରେ କୋଲକାତା ପୋଲିସ କମିଶନର ନିଜେ ମୋ ପାଖକୁ ଇସ୍ତଫା ଦେବାକୁ ଆସିଥିଲେ। କିନ୍ତୁ ଦୁର୍ଗା ପୂଜାର ସମୟ ପାଖେଇ ଆସିଛି। ସେଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ମୁଁ ସେମାନଙ୍କୁ ଅଟକାଇଲି। ସୂଚନାଯୋଗ୍ୟ, ଆର.ଜି କର ହସ୍ପିଟାଲରେ ହୋଇଥିବା ବଳାତ୍କାର ଓ ହତ୍ୟା ଘଟଣା ପରେ ପୋଲିସ କମିଶନରଙ୍କ ଇସ୍ତଫା ପାଇଁ ନିରନ୍ତର ଦାବି ରହିଛି।

ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ବୈଠକ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଦୁର୍ଗା ପୂଜା ସମୟ ପାଖେଇ ଆସିଛି। ଏହି କାରଣରୁ ଆମକୁ ସତର୍କ ହେବା ଆବଶ୍ୟକ। ଧର୍ମ ବ୍ୟକ୍ତିଗତ କିନ୍ତୁ ପର୍ବ ସମସ୍ତଙ୍କର। ଦୁର୍ଗା ପୂଜା ଆମ ପାଇଁ ସବୁଠାରୁ ବଡ ପର୍ବ। ଏଭଳି ପରିସ୍ଥିତିରେ ବଙ୍ଗଳାକୁ ବଦନାମ କରିବା ପାଇଁ କୌଣସି ଷଡଯନ୍ତ୍ର ହେବା ଉଚିତ ନୁହେଁ। କିଛି ଟେଲିଭିଜନ ଚ୍ୟାନେଲ ଟିଆରପି ପାଇଁ ଲୋକଙ୍କୁ ଉଷକାଉଛନ୍ତି। କେତେକ ଲୋକ ରାଜ୍ୟରେ ନିଆଁ ଲଗାଇବାକୁ ଚାହୁଁଛନ୍ତି।

ସେ କହିଛନ୍ତି, କିଛି ଚ୍ୟାନେଲ କ୍ରମାଗତ ଭାବରେ ବଙ୍ଗଳା ଲୋକଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛି। ସେମାନେ ଭୁଲି ଯାଇଛନ୍ତି ଯେ ବଙ୍ଗଳାବାସୀ ବର୍ଷସାରା ଏହି ପର୍ବକୁ ଅପେକ୍ଷା କରନ୍ତି। ବଡ ବ୍ୟବସାୟ ପାଇଁ ଏହା ମଧ୍ୟ ସମୟ। କେତେକ ଲୋକ ଆମର ବ୍ୟବସାୟକୁ ମଧ୍ୟ ନଷ୍ଟ କରିବାକୁ ଚାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗତ ସପ୍ତାହରେ କୋଲକାତା ପୋଲିସ କମିଶନର ନିଜେ ମୋ ପାଖକୁ ଇସ୍ତଫା ଦେବାକୁ ଆସିଥିଲେ, କିନ୍ତୁ ବର୍ତ୍ତମାନ ଦୁର୍ଗା ପୂଜା ପାଖେଇ ଆସିଛି। ଏପରି ପରିସ୍ଥିତିରେ ଜଣେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ସଚେତନ ହେବା ଉଚିତ୍‌। ଏହି କାରଣରୁ ଆମେ ତାଙ୍କୁ ଇସ୍ତଫା ଦେବା କୁ ବାରଣ କରିଥିଲୁ।

Share