Advertisement

ଆଜି ଢେଙ୍କାନାଳ-ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୋଳ,୧୭।୫ (ଅମିତ କୁମାର ସାମଲ)/ ଢେଙ୍କାନାଳ (ରତନ ନାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଶୁକ୍ରବାର ଢେଙ୍କନାଳ ଓ ଅନୁଗୋଳ ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଅନୁଗୋଳ ଷ୍ଟାଡିୟମ୍‌ଠାରେ ପହଞ୍ଚି ଅନୁଗୋଳ ନିର୍ବାଚନମଣ୍ଡଳୀ ସହ ତାଳଚେର ଓ ପାଲଲହଡ଼ା ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ତାଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ନ ୩ଟା ୩୫ରେ ମୁଖ୍ୟମନ୍ତ୍ରୀ ଅନୁଗୋଳ ଷ୍ଟାଡିୟମ୍‌ରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ସଭାସ୍ଥଳକୁ ଯିବେ। ଏହାପରେ ବିଜେଡିର ମୁଖପାତ୍ର ତଥା ଅନୁଗୋଳ ନିର୍ବାଚନମଣ୍ଡଳୀର ସହପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବେ। ଏହାପରେ ଅନୁଗୋଳ ନିର୍ବାଚନମଣ୍ଡଳୀର ବିଧାୟିକା ପ୍ରାର୍ଥତ୍ନୀ ସଂଯୁକ୍ତା ସିଂହ, ତାଳଚେର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଏବଂ ଢେଙ୍କାନାଳ ଲୋକ ସଭା ଏମ୍‌ପି ପ୍ରାର୍ଥୀ ଡା. ଅବିନାଶ ସାମଲ ଭୋଟ୍‌ ଭିକ୍ଷା କରିବେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେଙ୍କାନାଳ ଏମ୍‌ପି ପ୍ରାର୍ଥୀ ଓ ୩ ଜଣ ବିଧାୟକଙ୍କ ପାଇଁ ଆର୍ଶୀବାଦ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିବେ। ଶେଷରେ ଅନୁଗୋଳ ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିବେ। ଅନୁଗୋଳ ଷ୍ଟାଡିୟମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାରୁ ବିଜେଡି କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଗସ୍ତରେ ଯାଇ ଅପରାହ୍ନ ୪ଟାରେ ସୁନ୍ଦରିଖାଲ ପଡ଼ିଆରେ ପହଞ୍ଚି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟଭିକ୍ଷା କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share