Posted inଜାତୀୟ

କାର୍ଯ୍ୟସୂଚୀକୁ ନେଇ ଅନ୍ଧାରରେ ଦେଶ

ନୂଆଦିଲ୍ଲୀ,୧୨ା୯: କେନ୍ଦ୍ର ସରକାର ଆସନ୍ତା ୧୮ରୁ ପାର୍ଲାମେଣ୍ଟର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ କେଉଁସବୁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଉ ନାହଁି। ଏହି ଅଧିବେଶନରେ ଦେଶର ନାଁ ପରିବର୍ତ୍ତନ ନେଇ ସରକାର ପ୍ରସ୍ତାବ ଆଣିପାରନ୍ତି ବୋଲି କେତେଜଣ କହୁଥିବାବେଳେ କେହି କେହି ଏକ ରାଷ୍ଟ୍ର ଏକ ନିର୍ବାଚନ, ସମାନ ଦଓ୍ବୋନି ସଂହିତା, ମହିଳା ସଂରକ୍ଷଣ ବିଲ୍‌, ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ନେଇ ଆଲୋଚନା ହୋଇପାରେ ବୋଲି ଅନ୍ୟମାନେ ଚର୍ଚ୍ଚା କରୁଛନ୍ତି। ତେବେ ପ୍ରକୃତରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ସମ୍ପୂର୍ଣ୍ଣ ଦେଶ ଅନ୍ଧକାରରେ ରହିଛି।
ଦେଶବାସୀଙ୍କୁ ଅନ୍ଧକାରରେ ରଖିବା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପାଇଁ ଏହା ନୂଆ ଘଟଣା ନୁହେଁ। ୨୦୧୪ରେ ଗୈରିକ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ଦିନଠାରୁ ବିଭିନ୍ନ ସମୟରେ ସେମାନେ ବିଭିନ୍ନ କାର୍ଯ୍ୟସୂଚୀକୁ ଲୁଚାଇ ରଖି ବିରୋଧୀଙ୍କୁ ଅନ୍ଧକାରରେ ରଖିଆସିଛନ୍ତି। ଜି୨୦ ସମିଟ୍‌ର ସଫଳତା ପାଇଁ ଗତ କିଛି ସପ୍ତାହ ହେଲା ଭାଜପା ଏବଂ କେନ୍ଦ୍ର ସରକାର ପ୍ରସ୍ତୁତିରେ ବ୍ୟସ୍ତ ରହିଥିଲେ। ଏହାକୁ ପୁଞ୍ଜିକରି ସେମାନେ ଆଗାମୀ ନିର୍ବାଚନ ସମେତ ୨୦୨୪ ଲୋକ ସଭା ନିର୍ବାଚନ ବୈତରଣୀ ପାରହେବାକୁ ଉଦ୍ୟମ କରିପାରନ୍ତି ବୋଲି କୁହାଯାଉଛି। ସ୍ବତନ୍ତ୍ର ଅଧିବେଶନକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଯେଉଁସବୁ ଚର୍ଚ୍ଚା ଲାଗିରହିଛି, ତାହା କେବଳ କଳ୍ପନାଜଳ୍ପନା ବୋଲି ଶାସକ ଦଳ କହିଛି। ଏପରିକି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଅଫିସ ମଧ୍ୟ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡାକୁ ନେଇ ନିଶ୍ଚିତ ନ ଥିବା ଜଣାପଡ଼ୁଛି। ଦେଶରେ ଏକକାଳୀନ ସମସ୍ତ ନିର୍ବାଚନ କରାଇବା ଲାଗି ସରକାର ଏହି ଅଧିବେଶନରେ ବିଲ୍‌ ଆଣିପାରନ୍ତି ବୋଲି ପ୍ରଥମେ ଆଲୋଚନା ହେଉଥିଲା। ଜି୨୦ ସମିଟ୍‌ ବେଳେ ରାଷ୍ଟ୍ରପତିଙ୍କ ନୈଶଭୋଜି ନିମନ୍ତ୍ରଣ ପରେ ପ୍ରେସିଡେଣ୍ଟ ଅଫ୍‌ ଭାରତ ଲେଖାଯିବା ପରେ ସରକାର ସ୍ଥାୟୀ ଭାବେ ଦେଶର ନାଁ ଇଣ୍ଡିଆରୁ ଭାରତ କରିପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତଥାପି ସ୍ବତନ୍ତ୍ର ଅଧିବେଶନର ଉଦ୍ଦେଶ୍ୟ ରହସ୍ୟ ହୋଇ ରହିଛି। ସରକାର ଜି୨୦ ସମିଟର ସଫଳତା ଏବଂ ଚନ୍ଦ୍ରୟାନ-୩ର ସଫଳ ସଫ୍ଟଲ୍ୟାଣ୍ଡିଂ ସମ୍ପର୍କରେ ଏହି ଅଧିବେଶନରେ ବଖାଣିବା ଲାଗି ଅଧିବେଶନକୁ ବ୍ୟବହାର କରିପାରନ୍ତି ବୋଲି କେତେଜଣ ଭାଜପା ନେତା କହିଛନ୍ତି। ଅଧିବେଶନରେ ଏକ ବଡ଼ ପ୍ରସ୍ତାବ ଆସିବ, ଯାହା ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଅନ୍ୟ କେତେଜଣ କହୁଛନ୍ତି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନ ପାର୍ଲାମେଣ୍ଟର ପୁରୁଣା ବିଲ୍ଡିଂରେ ଅନୁଷ୍ଠିତ ହେବାକୁ ଥିବାବେଳେ ୧୯ ତାରିଖରେ ନୂଆ ବିଲ୍ଡିଂକୁ ସ୍ଥାନାନ୍ତର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri