ସନ୍ଧ୍ୟା ଯାଏ ରହିବ ‘ୟାସ’ର ବିପଦ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ବୁଧବାର ‘ୟାସ’ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଧାମରାର ଉତ୍ତର ଓ ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେବାକୁ ଆଉ ୩ରୁ ୪ ଘଣ୍ଟା ସମୟ ଲାଗିବ। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ ଶେଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି। ଲ୍ୟାଣ୍ଡଫଲ ୧ଟା ସୁଦ୍ଧା ଶେଷ ହେବାକୁ ଥିଲେ ହେଁ ପବନର ବିପଦ ସନ୍ଧ୍ୟା ଯାଏ ରହିଥିବା ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିବା ଅନୁଯାୟୀ, ଲ୍ୟାଣ୍ଡ ପ୍ରକ୍ରିୟା ଚାଲିଥିବାରୁ ପବର ଘଣ୍ଟାପ୍ରତି ବେଗ ୧୩୦ରୁ ୧୪୦ କିମି ରହିଛି। ବେଳେବେଳେ ଏହା ୧୫୦ କିମି ମଧ୍ୟ ଛୁଇଁବାରେ ଲାଗିଛି। ଉତ୍ତର ଧାମରା ଠାରୁ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିଥିବାରୁ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ଘଟାଇବାର ଆଶଙ୍କାର ରହିଛିି। ବର୍ତ୍ତମାନ ବାଲେଶ୍ୱର ଓ ଭଦ୍ରକରେ ୧୩୦ରୁ ୧୫୦ କିମି ମଧ୍ୟରେ ପବନ ହେଉଛି। ଆଗାମୀ ୩ ଘଣ୍ଟା ଯାଏ ଏମିତି ପବନ ବହିବ।

Share