କଟକ ଅଫିସ, ୧୫।୭: ଦିନ ଦ୍ବିପ୍ରହରରେ ମହିଳାଙ୍କୁ ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କୁତାଖାଇ ଗଳିରେ। ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ହତ୍ୟା କରିଛନ୍ତି । ମୃତା ମହିଳା ହେଲ ଭି. ଗୁଣତି। ତାଙ୍କ କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗୁଣତି ଘରେ ଏକୁଟିଆ ଥିବା ବେଳେ ଅପରାହ୍ନରେ ତାଙ୍କ ସ୍ବାମୀ ଘରକୁ ଖାଇବାକୁ ଆସି ତାଙ୍କୁ ରକ୍ତ ଜୁଡୁୁଡୁ ଅସ୍ଥାରେ ତୃତୀୟ ମହଲରେ ପଡି ଥିବା ଦେଖିବାକୁ ପାଇଥିଲେ। କାହାରି ସହିତ କୌଣସି ଶତ୍ରୁତା ନ ଥିବା କିମ୍ବା ଘରୁ କୌଣସି ଜିନିଷ ଚୋରି ହେଇ ନ ଥିବାରୁ ହତ୍ୟାକାଣ୍ଡର କାରଣ ସ୍ବାମୀ ଜାଣିପାରୁ ନ ଥିବା କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।