ବସ୍‌ଙ୍କ ଝିଅ ସହ ହୋଇଯାଇଥିଲା ପ୍ରେମ

ମୁମ୍ବାଇ: ‘ହେରା-ଫେରି’ର ‘ବାବୁ ଭୟା’ କୁହନ୍ତୁ କି ‘ଓ୍ବେଲକମ୍‌’ ଫିଲ୍ମର ‘ଘୁଂଘରୁ ସେଠ’୍‌ କିମ୍ବା ‘ହଙ୍ଗାମା’ର ‘ରାଧେଶ୍ୟାମ ତିଓ୍ବାରୀ’ ପ୍ରତିଟି ମଜାଳିଆ ଅଭିନୟରେ ସେ ତାଙ୍କର ଛାପ ରଖିଛନ୍ତି। ତାଙ୍କର ମଜାଳିଆ ଚରିତ୍ର ପାଇଁ ସେ ଦର୍ଶକ ଓ ଫ୍ୟାନ୍ସଙ୍କ ନିକଟରେ ବହୁ ପରିଚିତ। ହାସ୍ୟ ଅଭିନେତା ପରି ଭିଲେନ ରୋଲ୍‌ରେ ମଧ୍ୟ ସେ ଦମଦାର ଆକ୍ଟିଗଂ କରିଛନ୍ତି। ସେ ହେଉଛନ୍ତି ୬୮ ବର୍ଷିୟ ପରେଶ ରାବଲ। ପରେଶଙ୍କୁ ଯେଉଁପରି ବଡ ପରଦାରେ ମଜାଳିଆ ଅଭିନେତା ଭାବେ ଦେଖନ୍ତି ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଏହିପରି ଅଟନ୍ତି।

୩୦ ମେ ୧୯୫୫ରେ ମୁମ୍ବାଇର ପାର୍ଲା ଇଷ୍ଟରେ ପରେଶ ଜନ୍ମ ହୋଇଥିଲେ। ପିଲାଦିନେ ପରେଶ ବହୁତ ଦୁଷ୍ଟ ଥିଲେ। ତାଙ୍କ ଘର ପାଖରେ ନବୀନ ଭାଇ ଠକ୍କର ନାମକ ଅଡିଟୋରିୟମ ଥିଲା। ସେଠାରେ କିଛି ବି ଫିଲ୍ମ ପ୍ଲେ ହେଲେ, ତା’ର ଶଦ୍ଦ ପରେଶଙ୍କ ଘର ଯାଏଁ ଶୁଣାଯାଉଥିଲା। ଏହା ଶୁଣି ସେ ବିନା ଟିକେଟ୍‌ରେ ହଲ୍‌ରେ ପହଞ୍ଚି ଯାଇଥିଲେ। ଥରେ ନୁହେଁ ବହୁତ ଥର ସେ ଏପରି କରିଥିଲେ। କେବେ ଦାଦାଗିରି ତ କେବେ ଅନୁମତି ଲୋଡି ଫିଲ୍ମ ଦେଖୁଥିଲେ। ତେବେ ୯ବର୍ଷ ପିଲାର ଫିଲ୍ମ ପ୍ରତି ରୁଚି ଦେଖି ହଲ୍‌ ମାଲିକ ତାଙ୍କୁ ବିନା ଟିକେଟ୍‌ରେ ହଲ୍‌କୁ ଆସିବାକୁ ଅନୁମତି ଦେଇଥିଲେ।

ଏକ କାର୍ଯ୍ୟକ୍ରମରେ ସେ ଜଣେ ଝିଅର ପ୍ରେମରେ ପଡିଯାଇଥିଲେ। ସେ ହେଉଛନ୍ତି ସେହି ସମୟର ମିସ୍‌ ଇଣ୍ଡିଆ ଓ୍ବିନ୍‌ର ସଂପତ ସ୍ବରପ। ଏଥିସହ ଝିଅଟି ତାଙ୍କ ବସ୍‌ଙ୍କର ଝିଅ ଥିଲା। କିନ୍ତୁ ସେ ତାଙ୍କୁ ହିଁ ପତ୍ନୀ ରୂପରେ ପାଇବାର ଜିଦ୍‌ ଧରିଥିଲେ।

ପେ ପ୍ରତିଟି ଚରିତ୍ରରେ ନିଖୁଣ ଭାବରେ ଅଭିନୟ କରୁଥିଲେ। ମଜାଳିଆ ହେଉ କି ଭିଲେନ ସେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିଲେ ନତୁବା ଭିଲେନ ରୋଲ୍‌ରେ ନିଜର ଠାଣି ପ୍ରକାଶ କରୁଥିଲେ। ସେ ଏପର୍ଯ୍ୟନ୍ତ ୨୪୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ସେଥି ମଧ୍ୟରୁ ୧୦୦ଫିଲ୍ମରେ ଭିଲେନ ରୋଲ୍‌ରେ ନଜର ଆସିଛନ୍ତି।

Share