ଗଙ୍ଗୁବାଇ କାଠିଆୱାଡି ପ୍ରଥମ ଦିନରେ ରୋଜଗାର କଲା ଏତିକି କୋଟି, ଜାଣିଲେ…

ବହୁ ବାଦ ବିବାଦ ପରେ ଶୁକ୍ରବାର ଫିଲ୍ମ ‘ଗଙ୍ଗୁବାଇ ‘କାଠିଆୱାଡି’ ରିଲିଜ ହୋଇଥିଲା। ଏହା ବକ୍ସ ଅଫିସରେ ଧମାଲ ମଚାଇଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମଟି ପ୍ରଥମ ଦିନରେ ଖୁବ କଲେକ୍ସନ କରିଛି। ପ୍ରଥମ ଦିନରେ ପ୍ରାୟ ୧୦କୋଟି ଟଙ୍କାର ବ୍ୟବସାୟ କରିଥିବା ସୂଚନା ମିଳିଛି । ଫିଲ୍ମକୁ ନେଇ ନେଇ ଏଯାବତ୍‌ ଅନେକ ବିବାଦ ଦେଖାଦେଇଥିବା ବେଳେ ଏବଂ ଏହି କାରଣରୁ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଥିଲା । ଆହୁରି ଦିନ ଥିବା ବେଳେ ଆଗକୁ ଜଣା ପଡିବ କି ଫିଲ୍ମଟି କଲେକ୍ସନ ରେକର୍ଡ ଭାଙ୍ଗୁଛି କି ନାହିଁ । ଏହା ପ୍ରଥମ ଥର ନୁହେଁ ସଞ୍ଜୟ ଭଁସାଲୀଙ୍କ ଅନେକ ଫିଲ୍ମ ବିବାଦରେ ରହି ଥିବା ବେଳେ ଏହା ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ।
ମିଡିଆ ରିପୋର୍ଟ ଅନୁଯାୟୀ, ଗାଙ୍ଗୁବାଇ କାଠିଆୱାଡି ୯.୫୦-୧୦ କୋଟି ମଧ୍ୟରେ ସଂଗ୍ରହ କରି ପ୍ରଥମ ଦିନରେ ଏକ ଧମାକା କରିଛି । ଆଗକୁ ବ୍ୟବସାୟ ଆହୁରି ଭଲ ହୋଇପାରେ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି।

Share