ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ମିଳୁଛି ଭଲ ରେସପନ୍ସ

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଏହି ଫିଲ୍ମରେ ଦେଖାଯାଇଛି। କିଭଳି ଆତଙ୍କବାଦୀମାନେ ଗୋଳବାରୁଦ ଭୟ ଦେଖାଇ କଶ୍ମୀର ପଣ୍ଡିତମାନଙ୍କୁ ସେଠାରୁ ବିତାଡ଼ିତ କରିଦେଲେ ତାହା ଉପରେ ହିଁ ପୂରା କାହାଣୀ ଆଧାରିତ। ପ୍ରଥମ ଦିନରେ ଫିଲ୍ମ ୩ କୋଟିରୁ ଅଧିକ ଆୟ କରିଥିବା ବେଳେ ଦିନକୁ ଦିନ ଫିଲ୍ମ ସଫଳତା ଦିଗରେ ମାଡ଼ିଚାଲିଛି। ଫିଲ୍ମରେ ଅନୁପମ ଖେରଙ୍କ ଭୂମିକାକୁ ପ୍ରଶଂସା କରାଯାଉଥିବା ବେଳେ ଏଥିରେ ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଓ ପଲ୍ଲବୀ ଯୋଶୀଙ୍କ ଅଭିନୟ ଖୁବ ଚମତ୍କାର ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କୁ ବେଶ ପ୍ରଶଂସା ମିଳୁଛି। ଏହା ପୂର୍ବରୁ ମଧ୍ୟ ବିବେକ ‘ଦି ତାସ୍କେଣ୍ଟ ଫାଇଲ’ ଫିଲ୍ମ ତିଆରି କରି ଖୁବ ପ୍ରଶଂସିତ ହୋଇଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା।

Share