ଏହି ଫିଲ୍ମ ନିର୍ମାତାଙ୍କ ଝିଅକୁ ମିଳିଥିଲା ବଳାତ୍କାର ଧମକ

ବଲିଉଡରେ ଅନେକ ସେଲିବ୍ରିଟି ଟ୍ରୋଲର ଶିକାର ହୋଇଥାନ୍ତି। କେବଳ ସେମାନେ ଏକା ନୁହଁନ୍ତି ବରଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ହୋଇଥାନ୍ତି। ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ତାଙ୍କ ଟୁଇଟ୍‌ ଯୋଗୁ ଅନେକ ସମୟରେ ଟ୍ରୋଲ ହୋଇଥାନ୍ତି। ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ମଧ୍ୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାନ୍ତି। ସମ୍ପ୍ରତି, ସେ ଅଣ୍ଡର ଗାର୍ମେଣ୍ଟରେ ନିଜର ଫଟୋ ଶେୟାର କରିଥିଲେ, ଯାହା ପରେ ସେ ଟ୍ରୋଲରଙ୍କ ଟାର୍ଗେଟର ଶିକାର ହୋଇଥିଲେ। ନିକଟରେ ଆଲିଆ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଶେୟାର କରିଥିଲେ ଏବଂ ସୋସିଆଲ ମିଡିଆରେ ସେ ଏହି ଟ୍ରୋଲରମାନଙ୍କୁ କିପରି ସାମ୍ନା କରିଥିଲେ ତାହା କହିଛନ୍ତି।
ଟ୍ରୋଲ ହେବା ପରେ ସେ ୟୁଟ୍ୟୁବରେ ଏକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ସେ ଟ୍ରୋଲର ଯନ୍ତ୍ରଣା ବର୍ଣ୍ଣନା କରିଥିଲେ। ଆଲିଆ କହିଛନ୍ତି ଯେ, ସୋସିଆଲ ମିଡିଆ ନକାରାତ୍ମକତା ମୁଁ ଜାଣେ। ଏହା ଅତି ସମ୍ବେଦନଶୀଳ । ମୁଁ ଜାଣେ ନାହିଁ କାହିଁକି କିନ୍ତୁ, ଛୋଟ ଘୃଣା ମଧ୍ୟ ମୋତେ ବ୍ୟଥିତ କରେ। ମୁଁ ସମ୍ବେଦନଶୀଳ, ମୁଁ ପ୍ରାୟ ପ୍ରତିଦିନ କାନ୍ଦୁଛି ଲୋକମାନେ ମୋତେ କହୁଥିଲେ ଯେ, ମୁଁ ଜଣେ ଭାରତୀୟ ହୋଇଥିବାରୁ ଲଜ୍ଜିତ ହେବା ଉଚିତ ଏବଂ ଏହିପରି ପୋଷ୍ଟ କରିବା ଉଚିତ ନୁହେଁ। ଲୋକମାନେ ମୋତେ ବଳାତ୍କାର ଧମକ ଦେଉଥିଲେ, ମୋତେ ବେଶ୍ୟା ବୋଲି କହୁଥିଲେ, ମୋର ମୂଲ୍ୟ କେତେ ବୋଲି ପଚାରିଥିଲେ। ଯାହା ମୋତେ କଷ୍ଟ ଦେଇଥିଲା ବୋଲି ସେ କହିଛନ୍ତି।

Share