Categories: ଫୁରସତ

ସର୍ବପ୍ରଥମ ପାଣିତଳ ହୋଟେଲ

ମେଲ: ସମୟ ଆଗକୁ ବଢୁଥିବାବେଳେ ବେଳକୁ ବେଳ ପରିବେଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସହରରେ ଅନେକ ଆରାମଦାୟକ ହୋଟେଲମାନ ଖୋଲୁଛି। ତେବେ ସର୍ବପ୍ରଥମ ପାଣିତଳ ହୋଟେଲ ବାବଦରେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଏହି ହୋଟେଲର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ହୋଟେଲକୁ ଅନେକ ନାମୀଦାମୀ ଅଭିନେତ୍ରୀ,ଅଭିନେତା ଆସି ସମୟ ବିତାଉଛନ୍ତି। ଏହାର ଭଡ଼ା ଏତେ ଅଧିକ ଯେ, ଯାହା ଶୁଣି ଆଶ୍ଚର୍ଯ୍ୟ ଲାଗିବ। ନିକଟରେ ଆନନ୍ଦ ମହିନ୍ଦ୍ରାଙ୍କୁ କେହି ଜଣେ ଏହି ହୋଟେଲରେ ରହିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସେ ହୋଟେଲର ଫଟୋ ଦେଖି ଡରିଯାଇଥିବା କହିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି, ଅନେକଙ୍କ ମତରେ ଏହା ସବୁଠୁ ଭଲ ଆରାମଦାୟକ ହୋଇଥିଲେ ମଧ୍ୟ ଏତେ ବଡ଼ ବଡ଼ ସାମୁଦ୍ରିକ ଜୀବଙ୍କ ଗହଣରେ ତାଙ୍କର ଆଖିର ପଲକ ପଡ଼ିବା ସମ୍ଭବ ନୁହେଁ। ସେ ଏହା ମଧ୍ୟରେ ନ ଶୋଇ ସମସ୍ତ ସମୟ ଚାହିଁ ରହିବେ। ରିପୋର୍ଟ ମୁତାବକ, ୨୦୧୮ରେ ମାଳଦ୍ୱୀପରେ ପ୍ରଥମ ପାଣିତଳ ହୋଟେଲ ‘ଦି ମୁରାକା’ ଖୋଲିଥିଲା। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୬ ଫୁଟ ତଳେ ଏହି ହୋଟେଲ ରହିଛି। ଏହାକୁ ୧୫ ବିଲିୟନ୍‌ ଡଲାରରେ ତିଆରି କରାଯାଇଥିଲା। ଏଠାରେ ଗୋଟିଏ ରାତି ରହିବାକୁ ଅନୁମତି ନାହିଁ। ଯିଏ ବି ଏଠାରେ ରହିବ ତାଙ୍କୁ ହୋଟେଲର ପୂରା ପ୍ୟାକେଜ୍‌ ନେବାକୁ ପଡ଼ିବ। ସେହି ପ୍ୟାକେଜ୍‌ର ମୂଲ୍ୟ ୨ ଲକ୍ଷ ଡଲାର ଅର୍ଥାତ୍‌ ୧.୫ କୋଟି ଟଙ୍କା। ଏହି ହିସାବରେ ଗୋଟିଏ ରାତିର ମୂଲ୍ୟ ୩୭ ଲକ୍ଷ। ଏହି ହୋଟେଲରେ ୧୮୦ ଡିଗ୍ରୀର ସାମୁଦ୍ରିକ ଜୀବଙ୍କ ଦୃଶ୍ୟ ଦେଖିବାକୁ ମିଳିବ। ହୋଟେଲରେ ୨ଟି ବେଡ୍‌ ରୁମ୍‌, ଗୋଟିଏ ଜିମ୍‌ ଏବଂ ଗୋଟେ ବାଥ୍‌ରୁମ୍‌ ରହିଛି। ଏଥିସହ ବାର୍‌, ରୋଷେଇ ଘର ମଧ୍ୟ ରହିଛି।

Share