ଟିକିରି,୪।୬(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଦୁଡୁକାଲ ଗ୍ରାମର ବାବୁଲା ଗୌଡ଼ ଗତ ୬ ତାରିଖରେ କୌଣସି କାରଣରୁ ଘରୁ ପଳାଇ ଯାଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଏନେଇ ପରିବାର ଲୋକେ ୧୦ ତାରିଖରେ ଟିକିଲି ଥାନାରେ ଏକ ଅଭିଯୋଗ କରିଥିଲେ। ଟିକିରି ଥାନା ପୋଲିସ ପକ୍ଷରୁ ମଧ୍ୟ ଖୋଜାଖୋଜି କରାଯାଇଥିଲା। ହେଲେ ମାସେ ପରେ ବାବୁଲାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଶୁକ୍ରବାର ରାତିରେ ପୋଲିସ ଜବତ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ମୃତଦେହକୁ ବୋହି ୮କିଲୋମିଟର ଦୂର ନିଆଯାଇଥିଲା। ପରେ ଏକ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇ ହସ୍ପିଟାଲକୁ ନିଆଯାଇଥିବା ଜଣାପଡିଛି।