ଫୁଲଝାଡ଼ୁ ଚାଷ ଦେଇଛି ରୋଜଗାର

ଦାରିଙ୍ଗବାଡ, ୫।୩(ଡି.ଏନ୍‌.ଏ): ସବୁ ଘରେ ରାତି ପାହିଲେ ଖୋଜା ପଡେ ଝାଡୁ। ପ୍ଲାଷ୍ଟିକ ଯୁଗରେ ଏବେ ବି ଫୁଲଝାଡୁର ଚାହିଦା ରହିଛି। ସେହିପରି ରାଜ୍ୟରେ ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଝାଡୁ ତଥା ତାଳପତ୍ର ସମେତ ଖଜୁରି ଝାଡୁ, ନଡ଼ିଆ ଗଛରୁ ବି ଝାଡୁ ପ୍ରସ୍ତୁତ ହୁଏ। ଘର ସଫେଇ ପାଇଁ ଫୁଲଝାଡୁର ଚାହିଦା ଅଧିକା ରହିଛି। ପୂର୍ବରୁ କନ୍ଧମାଳ ଜିଲାରେ ଥିବା ଜଙ୍ଗଲ ଓ ପାହାଡ଼ ଉପରେ ଆପେ ଆପେ ଫୁଲଝାଡୁ ହୋଇଥାଏ। ସେହି ସମୟରେ ଏହାର ଦର ଠିକ୍‌ ଥିବା ବେଳେ ଏବେ ଅଞ୍ଚଳରେ ସରକାରଙ୍କ ଏକାଧିକ ବିଭାଗ ଦ୍ୱାରା ଏହି ଚାଷ ପାଇଁ ପଦକ୍ଷେପ ନିଆଯାଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସହାୟତା ଯୋଗାଇ ଦିଆଯାଇଛି ଏବଂ ତା’ର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ଧରି ସରକାର ସହାୟତା କରିଥିଲେ। ଏବେ ଏହି ଚାଷ ଜିଲାରେ ବହୁଳ ମାତ୍ରାରେ ହେଉଥିବା ବେଳେ ଫୁଲଝାଡୁର କୌଣସି ଦର ଧାର୍ଯ୍ୟ କରାଯାଉନି କି ଏହାର ବିକ୍ରିବଟା ବ୍ୟବସ୍ଥା କରାଯାଉନି, ଫଳରେ ଫୁଲଝାଡୁ ଚାଷୀ ନିରାଶ ହେବା ସହ କିଛି ଚାଷୀ ଏହି ଚାଷର ବୃଦ୍ଧି କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଫୁଲଝାଡୁକୁ ଦଲାଲମାନେ ଶସ୍ତାରେ ଚାଷୀଙ୍କଠାରୁ ନେଇ ବାହାର ରାଜ୍ୟକୁ ପଠାଇ ବହୁ ଦାମ୍‌ରେ ଏହାକୁ ପ୍ରସ୍ତୁତ କରି ବିକ୍ରିକରି ଲାଭବାନ୍‌ ହେଉଛନ୍ତି ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ଫୁଲଝାଡୁ ଚାଷରେ ଛୋଟ ଛୋଟ ଚାଷ କରି ବର୍ଷକରେ ୨ ମାସ ଚାଷୀ ପରିଶ୍ରମ କରି ଅତି କମ୍‌ରେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ବେଳେ କେତେଜଣ ଚାଷୀ ଲକ୍ଷାଧିକ ଟଙ୍କା ରୋଜଗାର କରିବା ନଜିର ରହିଛି। ଏ ନେଇ ବାଡାବାଙ୍ଗା ପଞ୍ଚାୟତ ସିକକେତା ଗ୍ରାମର ଚାଷୀ ପ୍ରତ୍ୟୁଷ ପ୍ରଧାନ କୁହନ୍ତି ସେ ସରକାରଙ୍କ ପକ୍ଷରୁ ୩ ଏକର ଜମିରେ ଏହି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ହେଲେ ଏହାର ଅଭାବୀ ବିକ୍ରି ଓ ଦର ଧାର୍ଯ୍ୟ ନ ଥିବାରୁ ସେ କ୍ଷତି ସହୁଛନ୍ତି। ତେଣୁ ସରକାର ଏହାର ଦର ଧାର୍ଯ୍ୟ କରିବା ସହ ମଣ୍ଡି ଖୋଲିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri