ଲିଡ୍ସ,୨୭।୮: ଲିଡ୍ସ ଟେଷ୍ଟରେ ଟିମ ଇଣ୍ଡିଆର ପ୍ରଥମ ଇନିଂସ ମାତ୍ର ୭୮ ରନ ସଂଗ୍ରହ କରିଥିଲା। ଏଭଳି ଖରାପ ପ୍ରଦର୍ଶନ ପରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠିବା ସ୍ବାଭାବିକ। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭାରତୀୟ ଦଳର କଟା ଘା’ରେ ଚୂନ ଲଗାଇଥିଲେ। ଲିଡ୍ସରେ ଏବଂ ବିଶେଷକରି ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂକୁ ନେଇ ଭନ କହିଛନ୍ତି ଯେ, ସେ(ପୂଜାରା) ସ୍ମରଣଶକ୍ତି ହରାଇ ବସିଛନ୍ତି। ସେ ନିଜର କୌଶଳ ଭୁଲି ଯାଇଛନ୍ତି। ସେ କେବଳ କ୍ରିଜରେ ଠିଆ ହେବା ପାଇଁ ଖେଳୁଛନ୍ତି। ଲିଡ୍ସରେ ଟିମ ଇଣ୍ଡିଆକୁ ଦେଖିଲେ ଲାଗୁଛି ଯେ ସେମାନେ ଏହି ମ୍ୟାଚ ଜିତିବା ପାଇଁ ଖେଳୁ ନାହାଁନ୍ତି। ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗରେ ରହିଛି। ଲିଡ୍ସ ପରେ ଆଉ ଦୁଇଟି ଟେଷ୍ଟ ଖେଳିବ। ଭାରତୀୟ ଦଳ ବିଜୟ ପରେ ଏହି ମ୍ୟାଚ ଡ୍ର କରିବାକୁ ଚିନ୍ତା କରୁଛି, କିନ୍ତୁ ବିରାଟ କୋହଲିଙ୍କ ଚିନ୍ତାଧାରା ବହୁତ ଦୂରରେ ବୋଲି ସେ କହିଛନ୍ତି। ତେବେ ଭନ ସ୍ବୀକାର କରିଛନ୍ତି ଯେ ଭାରତ ପାଇଁ ସବୁକିଛି ଶେଷ ହୋଇନାହିଁ। ଯଦି ଦ୍ୱିତୀୟ ଦଳ ଇନିଂସରେ ଭାରତୀୟ ଦଳ ବଡ଼ ରନ ସ୍କୋର କରେ, ତେବେ ମ୍ୟାଚ୍ର ଫଳାଫଳ କିଛି ହୋଇପାରେ ବୋଲି ସେ କହିଛନ୍ତି।