ବଜ୍ରପାତରେ ଜଳିଗଲା ବାସଗୃହ

ରୂପସା, ୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ କୁଡ଼ିଆ ଗ୍ରାମରେ ବଜ୍ରପାତ ହୋଇ ଅଗ୍ନିକାଣ୍ଡ ଘଟି ଗୋପାଳ ଜେନାଙ୍କ ବାସଗୃହ ଜଳିଯାଇଛି। ଶୁକ୍ରବାର ସାରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଦମକଳ ବାହିନୀ ଓ ଗାଁ ଲୋକେ ମିଶି ନିଆଁକୁ ଆୟତ୍ତ କରିଥିଲା l ଘରର ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିବା ବେଳେ ଗୋରୁଗାଈ, ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଥିଲେ l