ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଅଢ଼େଇ ବର୍ଷ ଶିଶୁପୁତ୍ର

ରସୁଲପୁର,୨୪ା୫(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାମଦେବପୁର ଗ୍ରାମର ଅଢ଼େଇ ବର୍ଷର ଶିଶୁପୁତ୍ର ଡି.ଏନ. କ୍ରିଷ୍ଣା ଦେବାଶିଷ ନିଜର ସ୍ମରଣଶକ୍ତି ଓ ବୁଦ୍ଧିମତ୍ତା ପାଇଁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ଅଧିକାର କରିପାରିଛନ୍ତି। ସେ ଦେଶର ୨୮ ରାଜ୍ୟର ରାଜଧାନୀ ନାମକୁ ୨୩.୭୨ ସେକେଣ୍ଡରେ ଉଚ୍ଚାରଣ କରି ଏଭଳି ଗୌରବ ଅର୍ଜନ କରିବାକୁ ସକ୍ଷମ ହୋଇ ପାରିଛନ୍ତି। ଦେବାଶିଷଙ୍କ ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ଏହି ଅନନ୍ୟ କୃତିତ୍ୱ ପାଇଁ ତାଙ୍କ ପରିବାର ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଉତ୍ତରାଖଣ୍ଡ ରାଜ୍ୟ ସ୍ଥଳସେନାରେ ଜଣେ ଟ୍ୟାଙ୍କ ଅପରେଟର ଭାବେ କାର୍ଯ୍ୟ କରୁଥିବା ଧର୍ମକାନ୍ତ ରାଉତଙ୍କ ଏକମାତ୍ର ପୁତ୍ର ଦେବାଶିଷ ୧ ଅକ୍ଟୋବର ୨୦୧୮ରେ ଜନ୍ମଗ୍ରହଣ କରିଥିଲେ। ସେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ ପାଇଁ ୨୩ ଏପ୍ରିଲ ୨୦୨୧ରେ ମୌଖିକ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ଉକ୍ତ ପରୀକ୍ଷାରେ ସେ ସଫଳତା ଅର୍ଜନ କରିଛନ୍ତି। ଦେବାଶିଷ ତାଙ୍କ ମା’ ମିତାଙ୍କ ସହ ପଶ୍ଚିମବଙ୍ଗ ରାଜ୍ୟର ସିଲିଗୁଡ଼ି ଅଞ୍ଚଳରେ ରହୁଥିବା ଜଣାପଡ଼ିଛି। ପୁଅର ସଫଳତା ପଛରେ ମା’ଙ୍କ ପ୍ରଚ୍ଛନ୍ନ ହାତ ରହିଛି।

Share