Categories: ଜାତୀୟ

ସିଦ୍ଧୁଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର

ଚଣ୍ଡିଗଡ଼,୨୮ ।୯: ମାତ୍ର ୭୨ ଦିନର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏବେ ପଞ୍ଜାବ ରାଜନୀତିରେ ପୁଣି ସଂଘର୍ଷ ଆରମ୍ଭ ହୋଇଛି । ସିଦ୍ଧୁଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସବୁବେଳେ ଅହିନକୁଳ ସମ୍ପର୍କ ହୋଇଥିବା ବେଳେ ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂ ଟୁଇଟ୍ କରି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ କହିଥିଲି ନା ସେ ସ୍ଥିର ବ୍ୟକ୍ତି ନୁହେଁ ।’ ଅର୍ଥାତ୍ ସିଦ୍ଧୁ କେବେ ସ୍ଥିର ନୁହେଁ ତେଣୁ ତାଙ୍କୁ କøଣସି କାର୍ଯ୍ୟଭାର ଦେବା ଠିକ୍ ନୁହେଁ । କ୍ୟାପଟେନ କହିଥିଲେ କି ସୀମାବର୍ତ୍ତି ରାଜ୍ୟ ପାଇଁ ସିଦ୍ଧୁ ଆଦୌ ଫିଟ୍ ନୁହଁନ୍ତି । ତେବେ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି କୌଣସି କଥା ସହ ସାଲିସ କରିବା ଅର୍ଥ ବ୍ୟକ୍ତିର ଚରିତ୍ର ଶେଷ ହୋଇଯାଇଥାଏ । ମୁଁ ପଞ୍ଜାବର ଭବିଷ୍ୟତ ଓ ପଞ୍ଜାବ ଜନତାଙ୍କ କଲ୍ୟାଣ କଥା ଚିନ୍ତା କରୁଛି ଏହାସହ ମୁଁ କେବେ ସାଲିସ କରି ପାରିବି ନାହିଁ ସେଥିପାଇଁ ମୁଁ ଇସ୍ତଫା ଦେଉଛି ।

Share