ଆମେରିକାର ବିପଲ ନାମକ ଜଣେ ଆର୍ଟିଷ୍ଟଙ୍କ ଏକ ଡିଜିଟାଲ ଫାଇଲ୍(ଜେପିଇଜି) ୫୦୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ଫଟୋରେ ବିଭିନ୍ନ ଡିଜିଟାଲ ଫଟୋ ରହିଛି।
ବ୍ରିଟେନର ଆକ୍ସନ କମ୍ପାନୀ କ୍ରିଷ୍ଟି ଜରିଆରେ ଏହି ଫଟୋର ନିଲାମ କରାଯାଇଛି। ଏହାର ନାମ ‘ଏଭ୍ରିଡେଜ୍: ଦ ଫାର୍ଷ୍ଟ 5000 ଡେଜ୍’ ରଖାଯାଇଛି। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି ଫଟୋ ଅନ୍ଲାଇନରେ ଉପଲବ୍ଧ ଥିଲା। ଏହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୭୨୦୦ ଟଙ୍କା ରଖାଯାଇଥିଲା। କିନ୍ତୁ ଆଜିକାଲି ଡିଜିଟାଲ ମାଧ୍ୟମରେ ସବୁକିଛି ପରିବର୍ତ୍ତନ କରାଯାଇପାରୁଛି। ପରେ ଏହାକୁ ଅଧିକ ଦାମ୍ରେ ବିକ୍ରି କରାଯାଉଛି। ଏମିତି ଡିଜିଟାଲ ସମ୍ପତ୍ତିକୁ ‘ନନ୍ ଫଙ୍ଗିବୁଲ ଟୋକନ’ (ଏନ୍ଏଫ୍ଟି) କୁହାଯାଏ।
ବିପଲ ଏପରି ଫଟୋ ତିଆରି କରିବା ପାଇଁ ୧୩ ବର୍ଷ ଧରି ଚେଷ୍ଟା ଚଳାଇଆସୁଥିଲେ। ଯେଉଁ ଫ୍ରେମ୍ରେ ଏକା ସାଙ୍ଗରେ ୫୦୦୦ ଫଟୋ ରହିଛି। ଫଟୋକୁ ବିପଲ ୫୦୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ମାତ୍ର କିଣିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରିନାହାନ୍ତି। ଇନ୍ଷ୍ଟାଗ୍ରାମରେ ବିପଲଙ୍କର ୨୦ ଲକ୍ଷ ଫଲୋଅର୍ସ ଥିବା ଜଣାପଡ଼ିଛି।