ଇସ୍ରାଏଲରେ ରିଲିଜ ହେବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ଅଭିନେତା ଅନୁପମ ଖେରଙ୍କ ଅଭିନୀତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ୨୮ ଏପ୍ରିଲ ଅର୍ଥାତ୍ ଗୁରୁବାର ଇସ୍ରାଏଲରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇ ସାରିଛି । ଆଇ ଏମ ବୁଦ୍ଧାଙ୍କ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଫିଲ୍ମଟି ଲେଖିତ ନିର୍ଦ୍ଦେଶିତ ହୋଇଛି । ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତି, ଦର୍ଶନ କୁମାର, ପଲ୍ଲବୀ ଯୋଶୀ ଓ ଚିନ୍ମୟ ମଣ୍ଡଲେକର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
ଫିଲ୍ମ ସମ୍ପର୍କରେ କଥା ହୋଇ ଅଭିନେତା ଅନୁପମ ଖେର ଏକ ଭିଡିଓ ମାଧ୍ୟମରେ କହିଛନ୍ତି, ଇସ୍ରାଏଲରେ ମୋର ବନ୍ଧୁକଙ୍କୁ ପ୍ରଣାମ । ଆପଣମାନେ ଜାଣିଥିବେ ଆମର ଫିଲ୍ମ ଆପଣଙ୍କ ଦେଶରେ ରିଲିଜ୍ ହେଉଛି । ଏହା ଆମ ସମୟର ଏକ ମହତ୍ୱପୂର୍ଣ୍ଣ ଫିଲ୍ମ । ଏଥିରେ ୧୯୯୦ରେ କଶ୍ମୀରରେ ହିନ୍ଦୁଙ୍କ ନରସଂହାର ସମ୍ପର୍କରେ ଦର୍ଶାଯାଇଛି ।
ଭାରତୀୟ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଏବେ ଇସ୍ରାଏଲରେ ଏହା ରିଲିଜ୍ ହେବା ପରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ ଥିଏଟରରେ ଏହାକୁ ଦେଖନ୍ତୁ ଓ ଆପଣଙ୍କ ଭଲପାଇବା ଦିଅନ୍ତୁ ।
ଜି ଷ୍ଟୁଡିଓର ନିର୍ମାତା ଓ ସିବିଓ ଶାରିକ ପଟେଲ କହିଛନ୍ତି, ‘ଦ କଶ୍ମୀର ଫାଇଲ୍ସ’ ପାଇଁ ଆମକୁ ଯେଉଁଭଳି ସମ୍ମାନ ମିଳିଛି, ସେଥିପାଇଁ ଆମେ ବହୁତ ଖୁସି । ଫିଲ୍ମର ନିର୍ମାଣ ଜି ଷ୍ଟୁଡିଓ ଓ ତେଜ ନାରାୟଣ ଅଗ୍ରୱାଲ, ଅଭିଷେକ ଅଗ୍ରୱାଲ, ପଲ୍ଲବି ଯୋଶୀ ଓ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଦ୍ୱାରା କରାଯାଇଛି ।

Share