ଘରେ ରଖିଥିଲେ ୧ ଟନ୍‌ ୩ କୁଇଣ୍ଟାଲ ଗଞ୍ଜେଇ

କୋରାପୁଟ,୨୭।୧୨(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସକୁ ସୋମବାର ବଡ ସଫଳତା ମିଳିଛି। ମାଛକୁଣ୍ଡ ପୋଲିସ ଦ୍ୱାରା ଲମତାପୁଟ ବ୍ଲକର ବାଲେଲ ଗ୍ରାମରେ ଥିବା ଏକ ବିଜୁ ପକ୍କା ଘର ଉପରେ ଚଢାଉ କରାଯାଇ ସେଠାରେ ଥିବା ପ୍ରାୟ ୧ କୋଟି ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।
କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଲମତାପୁଟ ଓ ମାଛକୁଣ୍ଡ ପୋଲିସର ଏକ ୧୦ ଜଣିଆ ଟିମ୍‌ ବାଲେଲ ଗ୍ରାମରେ ଚଢାଉ କରିଥିଲା। ଏହି ସମୟରେ ସେଠାରୁ ୫୮ ବସ୍ତାରେ ଥିବା ୧ ଟନ୍‌ ୩ କୁଇଣ୍ଟାଲ ୫୭ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧ କୋଟି ୩୫ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ପୋଲିସ ପହଞ୍ଚତ୍ବା ପୂର୍ବରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରଯାଇଛି। ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

Share