ଭାଇକୁ ବାଡେଇ ପକାଇଲେ ମେଡିକାଲରେ, ଆଉ ଏବେ ଭଉଣୀଙ୍କୁ ଦଉଛନ୍ତି…

ପାଣିକୋଇଲି,୨୧।୮(ବିକାଶ ମଲ୍ଲିକ):ଏକ ମରଣାନ୍ତକ ଆକ୍ରମଣ ମାମଲାରେ ମଙ୍ଗଳପୁର ଥାନା ପୋଲିସ ଚୁପ୍‌ ବିରୋଧରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତଙ୍କ ଭଉଣୀ। ଅଭିଯୋଗ ମୁତାବକ, ଈଶ୍ୱରପୁର ଗ୍ରାମର ନାରାୟଣ ଚନ୍ଦ୍ର ଦାସଙ୍କ ଚାଷଜମିରେ ବାଡ଼ ବୁଜାଯାଇଥିଲା। ଗ୍ରାମର ପ୍ରଫୁଲ୍ଲ ବେହେରା ଓ ତାଙ୍କ ପୁଅମାନେ ମିଶି ଉକ୍ତ ବାଡକୁ ଓପାଡୁଥିଲେ। ଏହାକୁ ନାରାୟଣଙ୍କ ପୁଅ ସମ୍ବିତ ବିରୋଧ କରିବାରୁ ସଂଘବଦ୍ଧ ଭାବେ ପ୍ରଫୁଲ୍ଲ ଓ ତାଙ୍କ ପୁଅମାନେ ମିଶି ଆକ୍ରମଣ କରିଥିଲେ। ଫଳରେ ସମ୍ବିତ ଗୁରୁତର ହେବା ସହ କ୍ଷତାକ୍ତ ଅବସ୍ଥାରେ ମଙ୍ଗଳପୁର ଥାନାରେ ପହଞ୍ଚିବାପରେ ପୋଲିସ ତାଙ୍କୁ ମଙ୍ଗଳପୁର ଚିକିତ୍ସାଳୟ ପଠାଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ନଂ.୨୮୧/୨୪ ରୁଜୁ କରି ପ୍ରଫୁଲ୍ଲଙ୍କ ପୁଅ ଶେତାମ୍ବରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମାତ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ। କଟକରେ ସମ୍ବିତ ଚିକିତ୍ସିତ ହେଉଥିବା ବେଳେ ଗତ ୧୯ ତାରିଖରେ ପ୍ରଫୁଲ୍ଲଙ୍କ ଅନ୍ୟ ପୁଅ କୁନୁ ବେହେରା ସମ୍ବିତଙ୍କ ଭଉଣୀ ସରିତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଛନ୍ତି। ଏନେଇ ସରିତା ମଙ୍ଗଳପୁର ଥାନାରେ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେ ପାଣିକୋଇଲିସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ପହଞ୍ଚି ଏସ୍‌ପିଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍‌ ନୋଟ୍‌ରେ ଥିଲା…

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍‌ ଆରମ୍ଭ ହୋଇଛି।...

ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ଜୀବନ ଗଲା: ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୨୩ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ ୪୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରୀ...

ଭରତପୁର ଥାନା: ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ବଢ଼ୁଛି…

ଭୁବନେଶ୍ୱର,୨୩।୯: ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଥାନାରେ ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ରହସ୍ୟ ବଢ଼ୁଛି । ଗଦା ଗଦା ସିସିଟିଭି କ୍ୟାମେରା...

ପୁଣି ଚର୍ଚ୍ଚାରେ ଭରତପୁର: ନୂତନ ଆଇଆଇସି କଲେ ଯଜ୍ଞ, ଲଙ୍କା, ଲେମ୍ବୁ ଲଗାଇ…

ଭୁବନେଶ୍ୱର,୨୩।୯:  ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଆଉ ଏକ ଫର୍ଦ୍ଦ   ଚର୍ଚ୍ଚାରେ ଜୋଡି ହୋଇଯାଇଛି।  ଥାନାରେ ନୂଆ ଆଇଆଇସି ପୂଜାପାଠ କରିଛନ୍ତି ।...

ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର...

ବିରୂପା ବ୍ରିଜ୍‌ ଉପରେ  ସାଇକେଲ୍‌ ମୋବାଇଲ ରଖି …

କଟକ,୨୩।୯: ବିରୂପା ନଦୀକୁ ଡେଇଁ ଜଣେ ଛାତ୍ର ନିଖୋଜ ଅଛନ୍ତି। ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲାରେ।...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ବାପା କହିଲେ ଝିଅ ସବୁବେଳେ ରାତିରେ…

ଭୁୁବନେଶ୍ୱର,୨୩।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉନି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି...

ଦୀର୍ଘ ୬୩ ବର୍ଷ ପରେ ବଦଳିଲା ବ୍ଲକ କାର୍ଯ୍ୟାଳୟର ଫାଟକ, ଉଦ୍‌ଘାଟନ କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଦିନିକିଆ ଗସ୍ତ କରିଛନ୍ତି। ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri