
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ମନୋଜ କୁମାର ଚୀର ଦିନ ପାଇଁ ବିଦାୟ ନେଇଛନ୍ତି। ସେ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହାନ୍ତ ଏକ ଯୁଗର ଅନ୍ତ ଘଟାଇଛି। ସାରା ବଲିଉଡ ଇଣ୍ଡଷ୍ଟ୍ରି ଶୋକରେ ବୁଡ଼ି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ମନୋଜ କୁମାର ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ପ୍ରଯୋଜନା କରିଛନ୍ତି। ଅଭିନେତା ଯିବା ପରେ କେତେ ସମ୍ପତ୍ତି ଛାଡି ଯାଇଛନ୍ତି ଆସନ୍ତୁ ଜାଣିବା।
ମନୋଜ କୁମାରଙ୍କ ପ୍ରକୃତ ନାମ ହେଉଛି ହରିକୃଷ୍ଣ ଗିରି ଗୋସ୍ବାମୀ । ସେ ମନୋଜ କୁମାର ନାମରେ ବଲିଉଡ ଦୁନିଆରେ ପରିଚିତି ପାଇଥିଲେ। ତାଙ୍କର ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ଯୋଗୁଁ ସେ ଭାରତ କୁମାର ନାମରେ ପରିଚିତ ହେଲେ। ତାଙ୍କର ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ଖୁବ୍ ଲାଭ କରୁଥିଲା।
ସେଲିବ୍ରିଟି ନେଟ ୱର୍ଥ ରିପୋର୍ଟ ଅନୁଯାୟୀ, ମନୋଜ କୁମାରଙ୍କ ସମ୍ପତ୍ତି ୧୭୦ କୋଟି ଟଙ୍କା। ତାଙ୍କର ସମ୍ପତ୍ତି ଏକ ଦୀର୍ଘ ସଫଳ ସିନେମା କ୍ୟାରିୟରରୁ ଆସିଛି। ସେ ଏହି ଶିଳ୍ପରେ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ଚିତ୍ରନାଟ୍ୟ ଲେଖକ ଭାବରେ କାମ କରିଛନ୍ତି। ତାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ହିଟ ହୋଇଛି। ରିପୋର୍ଟ ଅନୁସାରେ, ଗୋସ୍ବାମୀ ଟାୱାର ନାମକ ଏକ ବଡ଼ କୋଠା ଅଛି ଯାହା ମନୋଜ କୁମାରଙ୍କ ନାମରେ ଅଛି।