Posted inଫୁରସତ

ଚାକିରି ଛାଡ଼ି ରହୁଛନ୍ତି ଜଙ୍ଗଲରେ

ସାକ୍ରାମେଣ୍ଟୋ: ଆଜିକାଲିର ଲୋକଙ୍କୁ ଦୌଡ଼ାଦୌଡ଼ି ଜୀବନ ପସନ୍ଦ ଆସୁଛି। କାରଣ ସେମାନେ ସେପରି ପରିବେଶରେ ରହି ଶାନ୍ତ ପରିବେଶକୁ ଭୁଲି ଗଲେଣି। ସହରର ଚାଲିଚଳଣରେ ନିଜକୁ ଖାପଖୁଆଇ ରହିଆସିଲେଣି। ସେଥିପାଇଁ ସେମାନେ ପ୍ରକୃତିକୁ ଭୁଲିଗଲେଣି। ଆମେରିକାର ଜଣେ ବ୍ୟକ୍ତି ତାଙ୍କ ସହର ଜୀବନକୁ ଛାଡ଼ିଦେଇ ଜଙ୍ଗଲରେ ଯାଇ ରହୁଛନ୍ତି। ନିଜ ପାଇଁ ସେଠାରେ ଏପରି ଘର ତିଆରି କରିଛନ୍ତି, ଯାହା ଅତ୍ୟନ୍ତ ଖାସ୍‌। ରିପୋର୍ଟ ମୁତାବକ ଉତ୍ତର କାଲିଫର୍ନିଆର ବାସିନ୍ଦା ୩୫ ବର୍ଷୀୟ ରବର୍ଟ ବ୍ରିଟନ ଏକ ସୁପର ମାର୍କେଟରେ କ୍ୟାଶିୟର ଭାବେ କାମ କରିଥିଲେ। ତାଙ୍କ କାମ ସବୁ ଠିକ୍‌ ଚାଲିଥିଲା। ହେଲେ ସେ ତାଙ୍କ ପାଖରେ ପ୍ରକୃତିକୁ ଅନୁଭବ କରିପାରୁ ନ ଥିଲେ। ସେଥିପାଇଁ ସେ ୨୦୧୧ରେ ତାଙ୍କ ଚାକିରି ଛାଡ଼ି ଦେବାକୁ ନିଷ୍ପତ୍ତି ନେଲେ। ଚାକିରି ଛାଡ଼ି ନୂଆ ଆଡ୍‌ଭେଞ୍ଚର ଭାବେ ହୱାଇ ଜଙ୍ଗଲରେ ରହିବାକୁ ଲାଗିଲେ। ସେ ୨୯,୮୫୦ ଡଲାର ଅର୍ଥାତ୍‌ ୨୪ ଲକ୍ଷ ୭୧ ହଜାର ଟଙ୍କାରେ ୨୦୦ ସ୍କୋୟାରଫୁଟ୍‌ ଅଞ୍ଚଳରେ ଏକ ଜାଗା କିଣିଲେ। ସେଠାରେ ନିଜର ଟ୍ରି ହାଉସ ପ୍ରସ୍ତୁତ କଲେ, ଯାହା ମାଟିଠାରୁ ୫.୫ ଫୁଟ ଉଚ୍ଚରେ ଥିବାବେଳେ ଘରର ଉଚ୍ଚତା ୨୦ ଫୁଟ। ସେହି ଘର ଭିତରେ ସେ ତାଙ୍କ ଆବଶ୍ୟକ ଛୋଟ ଛୋଟ ସାମଗ୍ରୀ ରଖିଛନ୍ତି। ତାଙ୍କ ଘର ଛାତରୁ ଏକ ବଡ଼ ଡ୍ରମ୍‌ରେ ବର୍ଷା ପାଣି ସଂଗ୍ରହ କରି ରଖିଛନ୍ତି। ସେହି ପାଣିକୁ ସେ ଦୈନନ୍ଦିନ କାର୍ଯ୍ୟରେ ଲଗାଉଛନ୍ତି। ୨ ସୋଲାର ପ୍ୟାନେଲ ସାହାଯ୍ୟରେ ସେ ତାଙ୍କ ଟିଭି, ଲାପ୍‌ଟପ, ମୋବାଇଲ ଆଦି ଇଲେକ୍ଟ୍ରୋନିକ୍ସ ଜିନିଷ ଚଲାଉଛନ୍ତି। ଏଥିସହ ସେ ନିଜ ପାଇଁ ବିଭିନ୍ନ ପ୍ରକାର ପରିବା ଉତ୍ପାଦନ କରୁଛନ୍ତି। ସେ ଛୋଟ ଛୋଟ ଜିନିଷର ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ତାଙ୍କର ଏହି ଭିଡିଓରେ ଜଣେ ବ୍ୟକ୍ତି ଲେଖିଛନ୍ତି, ଆପଣ ଯଦି ଜଙ୍ଗଲରେ ରହି ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଆପଣ ସମ୍ପୂର୍ଣ୍ଣ ସହର ସଭ୍ୟତାରୁ ଦୂରରେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri