ଟ୍ରାନ୍ସଫର୍ମର ଛାଡି ଦୌଡ଼ିଲେ

ପାଟଣା,୧୪।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଅଁଳାଢ଼ିଆ ଜଙ୍ଗଲ ନିକଟ ରାସ୍ତାରେ କେତେକ ଦୁର୍ବୃତ୍ତ ଶୁକ୍ରବାର ରାତିରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମ ଚୋରି କରିନେଉଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ଫଳରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ଟ୍ରାନ୍ସଫର୍ମର ଏବଂ କଏଲ ଛାଡି ଫେରାର ହୋଇଯାଇଥିଲେ। ତେବେ ଟ୍ରାନ୍ସଫର୍ମରକୁ ଦୁର୍ବୃତ୍ତମାନେ କୋଉଠୁ ଚୋରି କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଏପରିକି ବିଦ୍ୟୁତ୍‌ ବିଭାଗ କର୍ମଚାରୀ କିମ୍ବା ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ଜଣାପଡିଛି।

Share