ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା କେତେ ଶକ୍ତିଶାଳୀ କେବେ ପରୀକ୍ଷା କରି ନ ଥିବେ। ମେକ୍ସିକୋ ସିଟିରେ ଆୟୋଜିତ ଏଲ ଶୋ ଅଲିମ୍ପିକୋରେ ବ୍ଲାକଥ୍ରୋନ୍ ନାମକ ଜଣେ ବ୍ୟକ୍ତି ପ୍ରକୃତରେ ଜିଭର କେତେ ଶକ୍ତି ଅଛି ତାହା ଦେଖେଇ ଦେଇଛନ୍ତି। ସେହି ଶୋ’ରେ ସେ ନିଜ ଜିଭରେ କରିଥିବା ଏକ କଣାରେ ହୁକ୍ ଲଗାଇ ସେଥିରେ ୧୨.୫ କି.ଗ୍ରା. ଓଜନର ଭାର ଉତ୍ତୋଳନ କରିଥିଲେ; ଯାହାକୁ ଦେଖି ସମସ୍ତଙ୍କ ଦେହ ଶୀତେଇ ଯାଇଥିଲା। ଲାଗୁଥିଲା ଜିଭ ଛିଡିଯିବ। ହେଲେ ସେ ବେଶ୍ ଆରାମରେ ଏତେ ଓଜନର ଭାର ନିଜ ଜିଭରେ ଉତ୍ତୋଳନ କରିନେଇଥିଲେ। ଫଳରେ ସେ ଜିଭରେ ସବୁଠାରୁ ଅଧିକ ଓଜନ ଉଠାଇଥିବା ବ୍ୟକ୍ତିଭାବେ ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଲେ।