କାଉଡ଼ିଆଙ୍କୁ ଅଟକାଇ ପାଦ ଧୋଇଦେଉଛନ୍ତି ମନ୍ତ୍ରୀ: ଯିଏ ଦେଖୁଛି, ସେ କହୁଛି

ଭୁବନେଶ୍ୱର,୨୯।୭: ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରତି ବର୍ଷ କାଉଡ଼ିଆଙ୍କ ସେବା କରୁଥିବା ଦେଖିବାକୁ ମିଳିଥାଏ। ଶ୍ରାବଣ ଆସିଲେ ପ୍ରତି ବର୍ଷ କାଉଡିଆ ପାଣିଭାର ନେଇ ଯାଆନ୍ତି ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସେମାନଙ୍କ ପାଦସେବା କରନ୍ତି। ସବୁ ବର୍ଷ ପରି ସେ ଏ ବର୍ଷ ମଧ୍ୟ ସେମାନଙ୍କ ଗୋଡ଼ଧୋଇ ସେବା କରୁଥିବା ଦେଖିବାକୁ ମିଳିଛି। ଭଦ୍ରକ କୋଠାର ଛକ ନିକଟରେ ସେ କାଉଡ଼ିଆଙ୍କୁ ଅଟକାଇ ତାଙ୍କ ପାଦ ଧୋଇଦେଇଛନ୍ତି। ଭଦ୍ରକ ଆଖଣ୍ଡଳମଣୀ ଅଭିମୁଖେ ଆସିଥିବା କାଉଡିଆ ମାନଙ୍କର ପାଦ ଧୋଇଦେବା ସହିତ ସେମାନଙ୍କ ସେବା କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Share