ସରଣ୍ଡା,୧୩।୨(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୁଣମଣି କର୍ମୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
ସ୍ବର୍ଗତ କର୍ମୀଙ୍କ ପୁତ୍ର ବୁଲୁ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଫୋନ ଯୋଗେ ସମବେଦନା ଜଣାଇଥିଲେ। ସ୍ବର୍ଗତ ଗୁଣମଣି ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ । ତାଙ୍କ ବିୟୋଗ ଅତାବିରା ଅଞ୍ଚଳ ପାଇଁ ଏକ ବଡ଼ କ୍ଷତି। ଏହା ସହ ବିଜୁ ଜନତା ଦଳ ପାଇଁ ମଧ୍ୟ ଅପୂରଣୀୟ କ୍ଷତି । ମୁଁ ଭଗବାନ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଆମର ଆତ୍ମାକୁ ଶାନ୍ତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ରବିବାର ଗୁଣମଣିଙ୍କ ବିୟୋଗ ଘଟିଥିଲା।
Posted inଆମ ଜିଲା ଖବର, ବରଗଡ଼