Categories: ବାଣିଜ୍ୟ

ୟୁଏସ୍‌ଏଫ୍‌ବିଏଲ୍‌ର ନୂତନ ଶାଖା

ଭୁବନେଶ୍ୱର,୨୬।୯ : ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ (ୟୁଏସ୍‌ଏଫ୍‌ବିଏଲ୍‌)ର ନୂତନ ଶାଖା ସୋହେଲାଠାରେ ଉଦ୍‌ଘାଟିତ ହୋଇଯାଇଛି। ୟୁଏସ୍‌ଏଫ୍‌ବିଏଲ୍‌ର ଏମ୍‌ଡି ତଥା ସିଇଓ ଗୋବିନ୍ଦ ସିଂହ କହିଛନ୍ତି, ଓଡିଶା ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବାବେଳେ ରାଜ୍ୟରେ ଆଉ ଏକ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମକୁ ସ୍ଥାନୀୟ ସମୁଦାୟ ମଧ୍ୟରେ ଏକ ଔଦ୍ୟୋଗିକ ମାନସିକତା ବିକଶିତ କରିବାରେ ଉକ୍ତ ଶାଖା ବେଶ୍‌ ସହଯୋଗ କରିବ। ବିଶେଷ କରି ସୋହେଲାର ଗ୍ରାହକମାନେ ବର୍ତ୍ତମାନ ବ୍ୟାଙ୍କର ଉପତ୍ାଦ ଓ ସେବା ପାଇପାରିବେ। ଯେଉଁଥିରେ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଣ୍ଟ୍‌, କରେଣ୍ଟ୍‌ ଆକାଉଣ୍ଟ୍‌, ଫିକ୍ସଡ୍‌ ଡିପୋଜିଟ୍‌ ଓ ରିକରିଙ୍ଗ୍‌ ଡିପୋଜିଟ୍‌ ସମେତ ବିଭିନ୍ନ ଋଣ ଉପତ୍ାଦ ଯଥା ଗୃହ ଋଣ, ବ୍ୟବସାୟ ଋଣ, ସମ୍ପତ୍ତି ଋଣ, କ୍ରେଡିଟ୍‌, ଇନସ୍ୟୁରାନ୍ସ ଓ ଇନ୍‌ଭେଷ୍ଟମେଣ୍ଟ୍‌ ପ୍ରଡକ୍ଟ ଆଦି ସାମିଲ ରହିଛି। ଉକ୍ତ ଶାଖାର ଭିତ୍ତିଭୂମି, ଡିଜିଟାଲ ବ୍ୟାଙ୍କିଙ୍ଗ୍‌ କ୍ଷମତା ଓ ଏଟିଏମ୍‌ ନେଟ୍‌ୱର୍କ ସହିତ ବ୍ୟାଙ୍କ ଇଣ୍ଟିଗ୍ରେଟେଡ୍‌ କଷ୍ଟମର୍‌ ସର୍ଭିସ୍‌ ପ୍ରଦାନ କରୁଛି। ଉକ୍ତ ଶାଖା ସମୁଦାୟକୁ ସେମାନଙ୍କର ଆର୍ଥିକ ଆତ୍ମବିଶ୍ୱାସକୁ ବଢାଉଥିବା ଏକ ବିକଳ୍ପକୁ ଆବିଷ୍କାର କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ,ଏଥିସହିତ ନିଯୁକ୍ତି ସୁଯୋଗ ଓ ସଫଳତାର ଏକ ସମୃଦ୍ଧ ପରିବେଶ ସୃଷ୍ଟି କରିବା ପାଇଁ ଏକ ଉତ୍‌ପ୍ରେରକ ଭାବେ ଉକ୍ତ ଶାଖା କାର୍ଯ୍ୟ କରିବ। ଏହି ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଅଣସଂରକ୍ଷିତ ଓ କମ୍‌ ଆୟ ବର୍ଗର ଲୋକଙ୍କୁ ତଥା ଗୋଷ୍ଠୀଗୁଡିକୁ ବ୍ୟବସାୟ ବିକାଶ ସେବା ପାଇଁ ମାଇକ୍ରୋ-ବ୍ୟାଙ୍କିଙ୍ଗ୍‌ ଋଣ ପ୍ରଦାନ କରିବ। ଓଡ଼ିଶାରେ ୟୁଏସ୍‌ଏଫ୍‌ବିଏଲର ୮୩ ଶାଖାଥିବା ବେଳେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାଙ୍କର ମୋଟ ୮୭୧ଟି ଶାଖା ରହିଛି।

Share