ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ବ୍ଲାଣ୍ଟାୟର,୧୧।୬: ସୋମବାର ମାଲାଓ୍ବିର ଉପରାଷ୍ଟ୍ରପତି ଏବଂ ଅନ୍ୟ ୯ଜଣଙ୍କୁ ନେଇ ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି। ବିମାନର ସନ୍ଧାନ ଜାରି ରହିଛି। ମାଲାଓ୍ବି ରାଷ୍ଟ୍ରପତି ଲାଜରସ ଚକୱେରାଙ୍କ କାର୍ଯ୍ୟାଳୟ କହିଛି ଯେ ଉପରାଷ୍ଟ୍ରପତି ସାଉଲୋସ ଚିଲିମା ଏବଂ ଅନ୍ୟମାନଙ୍କୁ ନେଇ ଯାଉଥିବା ବିମାନ ସ୍ଥାନୀୟ ସମୟ ୯ଟା ୧୭ରେ ରାଜଧାନୀ ଲିଲୋଙ୍ଗୱେରୁ ଉଡ଼ିଥିଲା।

ପ୍ରାୟ ୪୫ ମିନିଟ ପରେ ଏହି ବିମାନ ୩୭୦ କିଲୋମିଟର ଦୂରରେ ଥିବା ମିଜୁଜୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା, କିନ୍ତୁ ରାଡାରରୁ ଅଦୃଶ୍ୟ ହେବା ପରେ ବିମାନ କର୍ତ୍ତୃପକ୍ଷ ବିମାନ ସହ ଯୋଗାଯୋଗ କରିପାରି ନାହାଁନ୍ତି। ଚକୱେରା ଏକ ସର୍ଚ୍ଚ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବାହାମା ଯାତ୍ରାକୁ ବାତିଲ କରିଛନ୍ତି।

Share