ମା’ଙ୍କ ପାଇଁ ପୂଜାମଣ୍ଡପରେ ପ୍ରସ୍ତୁତି ଜୋରଦାର

କଟକ,୨୫ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଗଣେଶ ପୂଜାଠାରୁ କଟକ ସହରରେ ବାରି ହୋଇପଡ଼ିଲାଣି ପାର୍ବଣର ପରିବେଶ। ଦଶହରା ଲାଗି କଟକ ସହରର ସାହିବସ୍ତି, ସବୁଠାରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତିପର୍ବ। ପୁରୁଣା ପୂଜାମଣ୍ତପଗୁଡ଼ିକରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଗଲାଣି। କେତୋଟି ମଣ୍ତପରେ ନଡ଼ା ଭିଡ଼ା କାମ ଚାଲିଛି। ଆଉ କେତୋଟିରେ ଏକମାଟିଆ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ବିଶେଷ କଥା ହେଲା, ପରମ୍ପରାକୁ ଆଧାର କରି କାରିଗରମାନେ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରନ୍ତି। କାରଣ ସାଜ୍ଜସଜାରେ ଅଭାବ ରହିଲେ ଚଳିବ, କିନ୍ତୁ ମୂର୍ତ୍ତି ନିର୍ମାଣଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସବୁକିଛି ପରମ୍ପରା ଅନୁସାରେ ହେବା ନିଶ୍ଚିତ। ଏହା ହିଁ ହେଉଛି କଟକୀ ଚଳଣିର ବିଶେଷତା। ତେଣୁ ଗଣେଶ ପୂଜା ସରିଗଲାମାନେ ଦଶହରା ପାଇଁ ପ୍ରସ୍ତୁତି ଆରମ୍ଭ ହେବା ନିଶ୍ଚିତ। ସେହି କ୍ରମରେ ଏବେ କାରିଗରମାନେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କାମ ଆରମ୍ଭ କରିଦେଇଛନ୍ତି।