ଦେଶର ଅଗ୍ରଗତି ଯୁବଗୋଷ୍ଠୀ ଦ୍ୱାରା ସମ୍ଭବ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓ୍ବାର୍ଲଡ ୟୁଥ୍‌ ସ୍କିଲ୍‌ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ରେ ଓ୍ବାର୍ଲଡ ୟୁଥ୍‌ ସ୍କିଲ୍‌ ଡେ ପାଳନ କରାଯାଇଛି। ଏପରିକି ଉଭୟ ରାଜ୍ୟର ବିଭିନ୍ନ ୟୁନିଟ୍‌ରେ ପ୍ରାୟ ୧୧,୦୦୦ ଗ୍ରାମୀଣ ଯୁବକଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି। ବିଶେଷ କରି କମ୍ପାନୀ କାର୍ଯ୍ୟକଳାପରେ ଗୋଷ୍ଠୀର ଯୁବକମାନଙ୍କ ପ୍ରତି ଧ୍ୟାନଦେଇ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ମଧ୍ୟରେ ରହିଥିବା ବ୍ୟବଧାନ ଦୂରକରିବାକୁ ଚେଷ୍ଟା କରାଯାଉଛି। ସେହିଭଳି ବଜାର ସମ୍ବନ୍ଧୀୟ ଧନ୍ଦାମୂଳକ ଦକ୍ଷତା କୌଶଳ, ଉଦ୍ୟୋଗିତା ଏବଂ କୃଷି ଓ ପଶୁପାଳନ ଜରିଆରେ ମଧ୍ୟ ଯୁବଗୋଷ୍ଠୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଭାରତରେ ଏବେ ବି ଯୁବପିଢ଼ି ରହିଛନ୍ତି ଓ ଆମ ଦେଶର ଅଗ୍ରଗତି ଯୁବକମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ। ଏପରିକି ସ୍ଥାନୀୟ ଯୁବଦକ୍ଷତାର ସଦୁପଯୋଗ ପାଇଁ ଆମକୁ କୌଶଳଗତ ଦକ୍ଷତା ହାସଲ କରିବାକୁ ହେବ। ବିଶେଷକରି ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ମଧ୍ୟରେ ଓ ବାହାରେ ଯୁବକମାନଙ୍କୁ ଦକ୍ଷ କରିବାକୁ ପ୍ରୟାସ କରିଥାଏ। ସେହିଭଳି ବେଦାନ୍ତ ବାଲ୍‌କୋର ସିଇଓ ତଥା ନିର୍ଦ୍ଦେଶକ ରାଜେଶ କୁମାର କହିଛନ୍ତି, ଆମ ଦେଶର ଯୁବକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। ବିଶେଷକରି ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଆମେ ବିଭିନ୍ନ ଉପଯୋଗୀ କ୍ଷେତ୍ରଗୁଡ଼ିକ ଉପରେ ସର୍ବଦା ଗୁରୁତ୍ୱ ଦେଉଛୁ।
ଉଲ୍ଲେଖଯୋଗ୍ୟ, ବେଦାନ୍ତ ଆଲୁମିନିୟମ ହେଉଛି ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ଦର୍ଶନର ସକ୍ରିୟ ସମର୍ଥକ। କମ୍ପାନୀ ବହୁ ପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରୁଛି, ଯାହା ମିଳିତ ଜାତିସଂଘ ଲକ୍ଷ୍ୟ ଅନୁଯାୟୀ ଦାରିଦ୍ର୍ୟ ଓ ଉପଯୁକ୍ତ କାର୍ଯ୍ୟ ତଥା ଅର୍ଥନୈତିକ ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରୁଛି। ସେହିପରି ଅଗ୍ରଣୀ ଜ୍ଞାନପ୍ରଦାନକାରୀ ପ୍ରତିଷ୍ଠାନ ଯଥା ନାବାର୍ଡ ଓ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋଲାର ଏନର୍ଜି ସହ କମ୍ପାନୀ ଘନିଷ୍ଠ ସହଭାଗୀ ହୋଇ ତାଲିମ କୌଶଳ ପ୍ରଦାନ କରୁଛି। ସୂଚନାଯୋଗ୍ୟ ବେଦାନ୍ତ ଆଲୁମିନିୟମ ଦକ୍ଷତା ବିକାଶ ପ୍ରୟାସରେ ମୁଖ୍ୟତଃ ୩ଟି କ୍ଷେତ୍ର ପ୍ରତି ଧ୍ୟାନ ଦେଉଥିବା ଜଣାପଡ଼ିଛି। ସେଗୁଡ଼ିକ ହେଲା ଧନ୍ଦାମୂଳକ କୌଶଳ, ଉଦ୍ୟୋଗିତା ଏବଂ କୃଷି ଓ ପଶୁପାଳନ।

Share