ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ୯ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା

ପାଟଣା,୧୦।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗରରୁ ତୁରୁମୁଙ୍ଗା ଘର କୁ ବାଇକରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀ ସୋମବାର ବିଳମ୍ବିତ ରାତ୍ରୀରେ ବାଇକରେ ଟଙ୍କା ଧରି ଫେରୁଥିବାବେଳେ ରାତି ୯ଟା ସମୟରେ କୋଇଣ୍ଡା ନିକଟ ନାକି ନାଳ ନିକଟରେ ୨ ଦୁର୍ବୃତ୍ତ ତାଙ୍କ ବାଇକକୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ଡିକିରେ ଥିବା ୯ ଲକ୍ଷ ଟଙ୍କାରୁ ଉଦ୍ଧର୍‌ବ ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜନଗର ଫିନୋ ପେମେଣ୍ଟ ବ୍ୟାଙ୍କ ମାଲିକ ପ୍ରଣବ ପଣ୍ଡା । ଏନେଇ ତୁରୁମୁଙ୍ଗା ଥାନା ରେ ୨୫୯/୨୪ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି।